Breaking News

ଅତାବିରା ବ୍ଲକ ରୁ ଭେଡେନ ବ୍ଲକ କୁ ମୁଖ୍ୟ ସଂଯୋଗକାରୀ ରାସ୍ତା ଏବେ ମରଣଯନ୍ତା ସାଜିଛି

 
ବରଗଡ଼ ---- ବରଗଡ ଜିଲ୍ଲା ର ଅତାବିରା ବ୍ଲକ ରୁ ଭେଡେନ ବ୍ଲକ କୁ ମୁଖ୍ୟ ସଂଯୋଗକାରୀ ରାସ୍ତାଟି ଏବେ ମରଣଯନ୍ତା ସାଜିଛି । ଉଭୟ ବ୍ଲକ ର ଏହି ରାସ୍ତା ଉପରେ ସଦା ସର୍ବଦା ଜନସାଧାରଣ ନିର୍ଭର କରିଥାନ୍ତି। ଏହି  ରାସ୍ତାଟି ପ୍ରଧାନମନ୍ତ୍ରୀ  ଗ୍ରାମ୍ୟ ସଡକ ଯୋଜନା ରେ ରାସ୍ତା ଅନ୍ତର୍ଭୁକ୍ତ ହୋଇ, ବିଗତ ୧୦ ବର୍ଷ ଆଗରୁ ରାସ୍ତା କାମ ହୋଇଥିଲା ।ଏବେ ରାସ୍ତା ଟି ଅତି ଶୋଚନୀୟ ଅବସ୍ଥା ରହିଛି। ଏହି ରାସ୍ତା ଦେଇ ସଦା ସର୍ବଦା ଆମ୍ବୁଲାନ୍ସ, ଭାରୀଯାନ, ବସ, ଚାରିଚକିଆ ଯାନ, ଟ୍ରାକ୍ଟର, ବାଇକ, ସାଇକେଲ ଆରୋହୀ, ପଥଚାରୀ, ମହାବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ପାଇଁ ବ୍ୟସ୍ତ ବହୁଳ ରାସ୍ତା ଅଟେ।ବର୍ଷା ରେ ରାସ୍ତା ର ଉଭୟ ପଟୁରୁ ମାଟି ଧୋଇ ହୋଇ ଯାଇଛି । ରାସ୍ତା ଉଭୟ ପାର୍ଶ୍ଵର ଗର୍ତ୍ତ ରେ ବର୍ଷା ପାଣି ନିଷ୍କାସନ ହୋଇ ପାରୁନାହିଁ ।  ପ୍ରତି ଦିନ ଛୋଟ ଛୋଟ ଦୁର୍ଘଟଣା ମାନ ଘଟୁଛି।ବିଶେଷକରି ଏହି ରାସ୍ତାର ଥୁଆପାଲି ଛକ କେନାଲ ବ୍ରିଜ ଉପରେ ଏକ ବିରାଟ ଗର୍ତ୍ତ ସ୍ରୁଷ୍ଟି ହୋଇଯାଇଛି, ଫଳରେ କୌଣସି ଏକ ବଡ ଦୁର୍ଘଟଣା ଏଡାଇ ଦିଆଯାଇ ନ ପାରେ। କୌଣସି ଧନ ଜୀବନ ନଷ୍ଟ ଆଗରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ରାସ୍ତା ସମସ୍ୟା ଦୂରକରିବା ପାଇଁ ବରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ, ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ଏହି ରାସ୍ତା ମରାମତି ନ ହେଲେ ଆଗାମୀ ଦିନରେ ଜନଆନ୍ଦୋଳନ ହୋଇପାରେ ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହେଲାଣି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୮/୨୦୨୪-----୧୦,୪୦ Sakhigopal News,5/8/2024

Blog Archive

Popular Posts