ଜଟଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଜଟଣୀ – ଜଟଣୀ ପୌରପାଳିକାର ୮ ନଂ ୱାର୍ଡ଼ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ପାଳିତ ହୋଇଯାଇଛି। ଉଦ୍ଘାଟନ ଭତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଆଶିଷ କୁମାର ପଣ୍ଡା ଯୋଗ ଦେଇ ଶିଶୁମାନଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା ପାଇଁ ଶିଶୁ ମନ୍ଦିରର ଏ କାର୍ଯ୍ୟ ଅତି ପ୍ରଶଂସନୀୟ ବୋଲି ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ। ପରିଚାଳନା ସମିତିର ଉପସଭାପତି ସରୋଜ କୁମାର ବଳୀୟାର ସିଂହ ଅଧ୍ଯକ୍ଷତା ଅଭିଭାଷଣ ରଖିଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ମୋଟ୨୫୦ ଜଣ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ସଂସ୍କୃତ ଜ୍ଞାନ ପରି ଯୋଜନାର ପ୍ରଶ୍ନମଞ୍ଚ,ମୃରିକଳା, ଲୋକନୃତ୍ୟ, ପତ୍ର , ବୈଦିକ ଗଣିତ, ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ,ପ୍ରୟୋଗ, ନିବନ୍ଧ ପ୍ରତିଯୋଗିତା ଆଦିରେ ସକ୍ରୀୟ ଭାବେ ଅଂଶଗ୍ରହଣ କରି ୧୭୦ ଜଣପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଉଦ୍ଘାଟନ ଉତ୍ସବରେ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମର ବିଚାରକ ଭାବେ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଶୁନୀ କୁମାର ଦାସ, ନିରୋଦ କୁମାର ଦାସ, ଭାରତୀବେହେରା, ନିହାରୀକା ମୁଦୁଲି, ଅଭିଲିପ୍ସା ପ୍ରିୟଦର୍ଶନୀ ପ୍ରଭୃତି ସବୁ ବିଭାଗର ମୁଲ୍ୟାଙ୍କନ କରିଥିଲେ। ଉଦ୍ଯାପନ ଉତ୍ସବରେ ଶିଶୁ ଭାଇ ଭଉଣୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।
ଏଥିରେ ମୁଖ୍ୟ ଅତିଥ ଭାବେ ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଖୋର୍ଦ୍ଧାର ଅଦ୍ଵୈତ ପ୍ରସାଦ ବଳୀୟାରସିଂହ ଉଦ୍ବୋଧନ ମାଧ୍ୟମରେ ଶିଶୁ ମନ୍ଦିରର ବିଜ୍ଞାନ ମେଳା ସହ କଳା, ସ୍ଥାପତ୍ୟ, ବିବିଧ ଗୁଣାବଳୀର ବିକାଶ ନିମନ୍ତେ ଯେଉଁ ପ୍ରତିଯୋଗିତାମାନ ଆୟୋଜନ ହୋଇଛି ତାହା ନିଶ୍ଚିତ ଭାବରେ ଶିଶୁଙ୍କୁ ବଡ଼ ମଣିଷ କରି ଗଢ଼ି ତୋଳିବାର ଏକ ଅଭିନବ ପ୍ରୟାସ ଅଟେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ବିଷ୍ଣୁ ପ୍ରସାଦ ରାଉତ ବିଜ୍ଞାନ ମେଳାର ବିବରଣୀ ପଠନ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ କୁଳମଣି ପାଇକରାୟ ଧନ୍ୟବାଦ ଓ ମଞ୍ଚସଂଯୋଜନା ହୃଷୀକେଶ ବେହେରା କରିଥିଲେ। ବିଦ୍ୟାଳୟର ସଭାପତି ପ୍ରସନ୍ନ କୁମାର ରଥ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀଙ୍କ ସହ ଯୋଗରେ ବିଜ୍ଞାନମେଳା ସୁପରିଚାଳିତ ହୋଇଥିଲା। ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥୁ ଓ ବିଚାରକ ମାନଙ୍କୁ ଉପଢୌକନ ଦିଆଯାଇ ସମ୍ବଦ୍ଧିତ କରାଯାଇଥିଲା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୮/୨୦୨୪----୬,୧୦ Sakhigopal News,6/8/2024

14 15 16