Breaking News

ଭୋଇପାଲି ଶିବ ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁମାନେ ଜଳାଭିଷେକ କରିଛନ୍ତି


ବରଗଡ ---- ରେମଣ୍ଡା ପଞ୍ଚାୟତ ର ଭୋଇପାଲି ଶିବ ମନ୍ଦିର ଠାରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରାବଣ ମାସର ସୋମବାର ଚଳିତ ବର୍ଷ ଭୋଇପାଲି ଉପରପଡା ସମସ୍ତ ମହିଳା, ପୁରୁଷ ସମେତ ବହୁ ବ୍ୟକ୍ତି ପ୍ରମୁଖ ଯୋଗଦେଇ ହରହର ମହାଦେବଙ୍କୁ ଜଳାଭିଷେକ କରିଥିଲେ । ଏହି ଅବସରରେ ନାମ ସଂକୀର୍ତ୍ତନ ଶୋଭାଯାତ୍ରା କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଭକ୍ତି ଭାବ ପରିବେଶ ସୃଷ୍ଟି ହୋଇଥିଲା ନେପାଳ ତ୍ରିପାଠୀ,ମୀନକେତନ ଭୋଇ, ବୟକାନ୍ତ ପ୍ରଧାନ, ଗୋପାଳ ତ୍ରିପାଠୀ, ସମୀର ଭୋଇ ଅଶ୍ଵିନୀ ଭୋଇ, ବିପିନ ଭୋଇ, ଗୋବିନ୍ଦ ଚିରଗୁନ, ଉପେନ୍ଦ୍ର ଓ ଅନ୍ୟାନ୍ୟ ସମସ୍ତ ଶ୍ରଦ୍ଧାଳୁ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଜନସାଧାରଣଙ୍କ ପାଇଁ ଅନ୍ନ ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୮/୨୦୨୪----୧୦,୪୦ Sakhigopal News,5/8/2024

Blog Archive

Popular Posts