ବନ୍ଧୁତା ଦିବସରେ ହରିପୁର ଜନତା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୭୩ମସିହା ବ୍ୟାଚର ସହପାଠୀମାନଙ୍କର ଏକ ବନ୍ଧୁମିଳନ
ଡେଲାଙ୍ଗ -- ବନ୍ଧୁତା ଦିବସ ଉପଲକ୍ଷେ ଗୋଡିପୁଟମାଟିଆପଡା ଗ୍ରାମପଞ୍ଚାୟତ ଅଧିନସ୍ଥ ହରିପୁର ଗ୍ରାମସ୍ଥିତ ହରିପୁର ଜନତା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୭୩ମସିହା ବ୍ୟାଚର ସହପାଠୀମାନଙ୍କର ଏକ ବନ୍ଧୁମିଳନ ସ୍ଥାନୀୟ ଐତିହାସିକ ଅରାଗଡ଼ ପାହାଡରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବନ୍ଧୁମିଳନକୁ ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ କୁମାର ବଳିଆରସିଂ ଓ ଅନ୍ୟ ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ଜେନା ଆୟୋଜନ କରିଥିଲେ।ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ସର୍ବେଶ୍ୱର ଶତ୍ରୁସୋଲ, କୈଳାସ ମଲ୍ଲିକ,ରଘୁନାଥ ଦାସ,ଉଦ୍ଧବ ସାମନ୍ତରାୟ, ଲକ୍ଷ୍ମୀଧର ଚମ୍ପତ୍ତି, ବାବୁଲି ଚମ୍ପତ୍ତି,ଟୁକ ଚମ୍ପତ୍ତି,ଅକ୍ଷୟ ବେହେରା, ସୁରେନ୍ଦ୍ର ମଲ୍ଲିକ ପ୍ରଭୃତି ବନ୍ଧୁମାନେ ଉକ୍ତ ଭୋଜିରେ ଯୋଗଦେଇଥିଲେ। ୫୧ ବର୍ଷପରେ ଉକ୍ତ ବ୍ୟାଚର ଆଖପାଖ ଗ୍ରାମର ସହପାଠୀମାନେ ଏକତ୍ରୀତ ହୋଇ ପୁରୁଣା ସ୍ମୃତିକୁ ମନେପକାଇବା ସଙ୍ଗେ ସଙ୍ଗେ ବହୁତ ଖୁସିମଜା କରିଥିଲେ।ଦୀର୍ଘଦିନ ପରେ ଏକତ୍ରିତ ହୋଇ ଏଭଳି ଏକ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତେ ପରସ୍ପରକୁ ଧନ୍ୟବାଦ ଦେବା ସହିତ ଆୟୋଜକ ଅଶ୍ୱିନୀ ବଳିଆରସିଂ ଓ ସମ୍ମାନୀୟ ବଟକୃଷ୍ଣ ଜେନାଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୮/୨୦୨୪----୬,୪୫ Sakhigopal News,6/8/2024