ଅରୁଗୁଳୁ ମୌଜାର ୨୦୦ ଏକର ସରକାରୀ ଜମି ଦଲାଲ୍ ଙ୍କ କବଜାରେ ; ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି
ଜଟଣୀ :--ଜଟଣୀ ବ୍ଲକ ଅଧୀନରେ ଥିବା ହରିପୁର ପଞ୍ଚାୟତର ଅରୁଗୁଳୁ ମୌଜାର ୨୦୦ ଏକର ସରକାରୀ ଜମି ହଡପ୍ ଅଭିଯୋଗ l ସୂଚନା ମୁତାବକ ଅଳୁଗୁଳୁ ମୌଜାରେ ଥିବା ଫାଟୁଆ ଗବେଷଣା କେନ୍ଦ୍ର ଯାହାକି କେନ୍ଦ୍ରସରକାରଙ୍କ ଅନୁଦାନରେ ନିର୍ମିତ୍ତ l ବର୍ତ୍ତମାନ ତାହା ନିକଟରେ ଥିବା ଅରୁଗୁଳୁ ମୌଜାର ୧/୨/୩/୪ ନଂ ସିଟରେ ଶହ ଶହ ଏକର ସରକାରୀ ଜମି ରହିଛି l ଯେଉଁ ସିଟରେ ଅଳୁଗୁଳୁ, ହରିପୁର, ବରଅରା ସହ ଅନେକ ଗାଁ ରହିଛି l ୨୮୮ ନଂ ଖାତାର ପ୍ଲଟ ନଂ ୬୯, ସମୁଦାୟ ୧୩୭ ଏକର ୫୫୫ ଡ଼ିସିମିଲ ଅନାବାଦୀ ଏରିଆ ଦଲାଲଙ୍କ କବଜାରେ ଏବଂ ଏଥିରେ ଥିବା ଗ୍ରାମର ଖେଳ ପଡିଆକୁ ମଧ୍ୟ ଲୁଟି ନେଇଗଲେଣି l ତତ ସଙ୍ଗେ ସଙ୍ଗେ ଫାଟୁଆ ଗବେଷଣା କେନ୍ଦ୍ରର ସାମନ୍ନା ଖାତା ନଂ ୨୯୦, ପ୍ଲଟ ନଂ ୪୬୦, ୭୮ ଏକର ୫୯୫ ଡ଼ିସିମିଲ,ଗୋଚର ଜମିରୁ ସମୁଦାୟ ୧୩ ପ୍ଲଟ ଯାହାକି ୭୮ ଏକର ୫୯୫ ଡ଼ିସିମିଲ । ସ୍ଥାନୀୟ ଅଞ୍ଚଳର ବିଜୁ ଜନତା ଦଳର ସରପଞ୍ଚ,, ନୋମିନି ଏବଂ କୁଜିନେତା ମାନେ ଜବରଦଖଲ କରି ଉକ୍ତ ଜମିରେ ବଡ ବଡ଼ କମ୍ପାନୀ ମାନ ସ୍ଥାପନା କରି କୋଟି କୋଟି ଟଙ୍କା କମାଉଥିବା ବେଳେ ସ୍ଥାନୀୟ ପ୍ରଶାସନ କିପରି ଅଜଣା ତାହା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଅଛି? ।ଏହି ସମସ୍ତ କାର୍ଯ୍ୟ ଜଟଣୀ ବ୍ଲକର ବିଡ଼ିଓ,ବ୍ଲକ ଅଧକ୍ଷା ସମେତ ତହସିଲଦାରଙ୍କ ଜ୍ଞାତ ସାରରେ ଜମି ଦଲାଲ ସରକାରୀ ଜମି ଚଞ୍ଚକତା କରି ହାତେଇବାର ଆଖପାଖ ଗ୍ରାମବାସୀନ୍ଦାଙ୍କ ଅଭିଯୋଗ ହେଉଛି l ଉକ୍ତ ଜାଗାରେ ଗୋଚର ଜମି ଅଭାବରୁ ଗାଈଗୋରୁ ମୁଖ୍ୟ ରାସ୍ତାରେ ଅବରୋଧ କରିବା ଫଳରେ ଯାନବାହାନ ଯିବା ଆସିବାରେ ଅସୁବିଧା ହେଉଛି l ଏପରିକି ଗ୍ରାମର କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ ରାସ୍ତା ଅବରୋଧର ସମସ୍ୟା ଉପୁଜିଲାଣି l ଗ୍ରାମରେ ଖେଳପଡିଆ ନଥିବାରୁ ଖେଳ ପ୍ରତି ଆଗ୍ରହ ଥିବା ଛାତ୍ରଛାତ୍ରୀ ମାନେ ଖେଳ ଅଭ୍ୟାସରେ ବାଧା ପ୍ରାପ୍ତ ଘଟୁଛି l ତେଣୁ ଛାତ୍ରଛାତ୍ରୀ ମାନଙ୍କ ଖେଳ ପ୍ରତି ଆଗ୍ରହ କମି ଯିବାରୁ ଖେଳର ମାନ ଧୀରେ ଧୀରେ କମିବାରେ ଲାଗିଛି l ଭିଜିଲାନ୍ସ ବିଭାଗ ଦ୍ୱାରା ଏହି ସବୁ ଘଟଣାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡ ବିଧାନ କଲେ ନିରୀହ ଲୋକ ଉପକୃତ ହେବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ ପ୍ରକାଶ ପାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୮/୨୦୨୪----୯,୨୫ Sakhigopal News,6/8/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୮/୨୦୨୪----୯,୨୫ Sakhigopal News,6/8/2024