ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରୁ ଜଗନ୍ନାଥଙ୍କ ପାଇଁ ପଠାଗଲା କଳା, ଧଳା ତୁଳସି ସହିତ ପଦ୍ମ ଫୁଲ
ସାକ୍ଷୀଗୋପାଳ---- ବିଭିନ୍ନ ମଠ, ମନ୍ଦିର ଭକ୍ତ ମାନଙ୍କ ବଗିଚାରୁ ତୁଳସି ସଂଗ୍ରହ କରାଯାଇ ପୁରୀ ଜଗନ୍ନାଥଙ୍କ ମନ୍ଦିରକୁ ପଠାଯିବାର ନଜର ରହିଛି । ମାତ୍ର ଏକ ସରକାରୀ କାର୍ଯ୍ୟାଳୟ ବା କୃଷି ବିଜ୍ଞାନ କେନ୍ଦ୍ରରୁ ଜଗନ୍ନାଥ ମନ୍ଦିରକୁ ଚୁଳସି ଓ ପଦ୍ମ ଫୁଲ ପଠାଯିବାର କେବେ ଜଣାନ ଥିଲା । ଏବେ ସତ୍ୟବାଦୀ ବ୍ଳକ ଛକ ନିକଟରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପୁରୀଙ୍କ ଅଧିନରେ କରାଯାଇଥିବା ଧଳା ଓ କଳା ତୁଳସି ସହିତ ନାଳି ପଦ୍ମ ଫୁଲ ପଠାଯାଇଛି । ସୁଚନା ଯୋଗ୍ୟ ଯେ ସତ୍ୟବାଦୀରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ବିଭିନ୍ନ ବୈଜ୍ଞାନିକ ମାନେ ନିଯୁକ୍ତି ପାଇ ଏଠାରେ ବିଭିନ୍ନ ପନି ପରିବା ଚାଷ ସହିତ ଧାନ, ରବି ଫସଲ କରିବା ସହ ମାଛ, କୁକୁଡା, ଛତୁ, ମେଣ୍ଡା, ଗାଇ ଚାଷ ସମ୍ପର୍କରେ ଅନୁସନ୍ଦାନ କରାଯାଇଥାଏ । ଏହାକୁ ନଜର କରି ଓ, ୟୁ.ଏ ,ଟି ଭାଇସି ଚେୟାରମ୍ୟାନ ( ଭି ସି) ପ୍ରଭାତ କୁମାର ରାଉଳଙ୍କ ନିର୍ଦ୍ଦେଶ କ୍ରମେ ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ଇନିଚାର୍ଯ୍ୟ ବୈଜ୍ଞାନିକ ସୂଯ;ୃନାରାୟଣ ମିଶ୍ରଙ୍କ ତତ୍ୱବଧାନରେ ଏକ ଜମିରେ ଉଚ୍ଚ ମାନର କଳା ଓ ଧଳା ତୁଳସି ଲଗାଯାଇଥିଲା । ସେହିପରି ଅଦରକାରୀ ବା କୃଷି ବିଜ୍ଞାନ କେନ୍ଦ୍ର ଅଧିନରେ ଥିବା ଏକ ଖାଲ କୁ ପୋଖରୀ କରାଯାଇ ସେଠାରେ ସେହିପରି ଉଚ୍ଚ ମାନର ଧଳ ଓ ନାଲି ରଙ୍ଗର ପଦ୍ମଫୁଲ ଚାଷ କରାଯାଇଛି । ଏଠାରୁ ଉତ୍ପନ୍ନ କରାଯାଉଥିବା ତୁଳସି ଓ ପଦ୍ମ ଫୁଲକୁ ଜଗନ୍ନାଥଙ୍କ ପାଖକୁ ପଠାଯାଉଛି ବୋଲି ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ କହନ୍ତି । ଆବଶ୍ୟକ ସ୍ଥଳେ ସାକ୍ଷୀଗୋପାଳ ସ୍ଥିତ ଅଠେଇଶ ଜଗନ୍ନାଥ ମନ୍ଦିରକୁ ତୁଳସି ଓ ପଦ୍ମ ଫୁଲ ପଠାଯାିଛି । ଆଜି ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରୁ ତିନି ଝୁଡି କଳା ଓତିନି ଝୁଡି ଧଳା ତୁଳସି ସହିତ ଶହେରୁ ଅଧିକ ପଦ୍ମଫୁଲ ପୁରୀ ଜଗତରନାଥ ଜଗନ୍ନାଥଙ୍କ ସେବା ପାଇଁ ପଠାଯାଇଛି । ତୁଳସି ଯିବା ସମୟରେ ବୈଜ୍ଞାନିକ ବିଷ୍ଣୁ ପଦ ଗିରି, ସାର୍ଥକ ପଟ୍ଟନାୟକ, ବିଭୁପ୍ରସାଦ ଦାଶଙ୍କ ସହିତ ବ୍ରଜ ଓ ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୮/୨୦୨୪---୮,୨୫ Sakhigopal News, 1/8/2024---8,25