Breaking News

ଅର୍ଚ୍ଚନା ନାଗ ଘଟଣା ତଦନ୍ତ ନିମନ୍ତେ, ଭାରତୀୟ ବିକାଶ ପରିଷଦ ପକ୍ଷରୁ ଉଚ୍ଚନ୍ୟାଳୟ ରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ


ନୟାଗଡ଼ ---ଭାରତୀୟ ବିକାଶ ପରିଷଦ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ରେ ରିଟ ପିଟିସନ WPC NO ( PIL) 27182/ 2022 ରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଶ୍ରୀମତୀ ଅର୍ଚନା ନାଗ ନାମକ ଏକ ବିବାହିତ ମହିଳା ରାଜ୍ୟର ଶାସକ ଓ ଅନ୍ୟ ଦଳର ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ସୁନା ବ୍ୟବସାୟୀ, ସିନେମା ପ୍ରଯୋଜକ,ବିଲଡର ଓ ଅନ୍ୟ ସମ୍ଭ୍ରାନ୍ତ ବ୍ୟକ୍ତି ଙ୍କୁ ସୋସିଆଲ ମେଡିଆରେ ଦ୍ୱାରା ଫସାଇ ନିଜେ ସେକ୍ସ କାର୍ଯ୍ୟରେ ଜଡିତ ସହିତ ଦିଲ୍ଲୀ, ମୁମ୍ବାଇ କଲିକତା ଓ ଅନ୍ୟସହରରୁ ଦେହଜୀବୀ ଆଣି ନିଜ ଗୃହ ଓ ହୋଟେଲ ରେ ସେକ୍ସ  କାର୍ଯ୍ଯରେ ଲିପ୍ତ ରହୁଥିଲେ । ଫୋଟ ଉଠାଇ ରଖି ପରବର୍ତ୍ତୀ ସମୟରେ ସେକ୍ସ ସମ୍ପର୍କ ରଖିଥିବା 70 ରୁ ଅଧିକ ରାଜନେତା ଯଥା ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି, ଶାସକ ଦଳର ବିଧାୟକ, ଓ 50 ରୁ ଅଧିକ ବ୍ୟବସାୟୀ, ପୋଲିସ ଅଧିକାରୀ, IPS ଅଫିସର, IAS ଅଫିସର,  ରେଳ ଅଧିକାରୀ, ସିନେମା ପ୍ରଯୋଜକ, ବିଲଡର ଓ ଅନନ୍ୟା ଧନିଶାଳୀ ବ୍ୟକ୍ତି ଙ୍କ ଠାରୁ କୋଟି କୋଟି ଟଙ୍କା ବ୍ଲାକମେଲ କରି ଠକିଛନ୍ତି ।
 ଓଡିଶା ଭଳି ଏକ ଗରିବ ରାଜ୍ୟରେ ଲୋକମାନେ  ମୌଳିକ  ବ୍ୟବସ୍ଥା ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ବାସଗୃହ ନପାଇ ଭୋକ ଉପାସରେ ମୃତ୍ୟୁ କରିବା ସମୟରେ ସତୁରୀ (70) ରୁ ଅଧିକ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି,ଶାସକ ଦଳର ବିଧାୟକ, ଓ 50 ରୁ ଅଧିକ ପୋଲିସ ଅଧିକାରୀ, ଆଇ ଏ ଏସ ଅଧିକାରୀ, ବ୍ୟବସାୟୀ ମାନେ କୋଟି କୋଟି ଟଙ୍କା ଦେଇ ସେକ୍ସ କାର୍ଯ୍ୟରେ ନିଜକୁ ନିୟଜିତ କରୁଛନ୍ତି । ଏହି କୋଟି କୋଟି ଟଙ୍କା ଲୋକଙ୍କ ଟଙ୍କା ତେଣୁ କେନ୍ଦ୍ରସରକାରଙ୍କ ରାଜସ୍ବ ( ଅର୍ଥ ) ବିଭାଗୀୟ  ଏନ୍ଫୋରଷମେଣ୍ଟ  ଡିରେକଟର ଙ୍କ ଦ୍ୱାରା PMLAY ଆଇନ 2002  ପ୍ରକାରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ମାନ୍ୟବର  ହାଇ କୋର୍ଟଙ୍କୁ ପ୍ରାଥନା କରାଯାଇଛି ।ଅର୍ଚନା ନାଗ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ନିବାସୀ 2016 ମସିହାରେ  କର୍ମସଂସ୍ଥା ପାଇଁ ଭୁବନେଶ୍ୱର ଆସି ଭଡା ଘରେ ଖଣ୍ଡଗିରି ଥାନା ଅଂଚଳରେ ରହୁଥିଲେ ।  ବିୟୁଟି ପାର୍ଲରେ କାର୍ଯ୍ୟକାରୀ ପ୍ରଥମେ ଘର ମାଲିକଙ୍କୁ ସେକ୍ସ ଜାଲରେ ଫସାଇ ମୋଟା ଅଙ୍କର ଅର୍ଥ ଦାବି କରିଥିଲେ । ପରବର୍ତୀ ସମୟରେ  ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ସାଂସଦ, ପୋଲିସ ଅଧିକାରୀ, ରାଜ୍ୟର କ୍ଷମତା ଶାଳୀ ଉଚ୍ଚ ପଦସ୍ଥ ଅଧିକାରୀ, ବ୍ୟବସାୟୀ ମାନଙ୍କୁ ସେକ୍ସ କରିବା ସମୟରେ ନିଶା ସେବନ କରାଇ ସେକ୍ସ ସମୟର ଫୋଟ ନିଜ ସ୍ୱାମୀ ଦ୍ୱାରା ଉତ୍ତୋଳନ କରି ପରେ ବ୍ଲାକ ମେଲ କରି କୋଟି କୋଟି ଟଙ୍କା ନେଉଥିଲେ ।  ଯେଉଁ ମାନେ ଟଙ୍କା ଦେଉନଥିଲେ  ସେକ୍ସ ଫୋଟ ପ୍ରସାରଣ କରିବା ପାଇଁ ଧମକ ଦେଉଥିଲେ। ସେହିଟାଙ୍କାରେ ସତ୍ୟ ବିହାର ଭୁବନେଶ୍ୱର  ଏକ ରାଜକୀୟ ପ୍ରାସାଦ ଓ ଦାମୀ ଦାମୀ , ଯାହାର ମୂଲ୍ୟ କୋଡିଏ କୋଟିରୁ ଉର୍ଦ୍ଧ, ନିଜ ଗାଁ ରେ ସରକାରୀ ଜମିରେ  ବିରାଟ ଅଟାଳିକା, ଭୁବନେଶ୍ୱର ରେ ଫାର୍ମ ହାଓଉସ , ପୁରୁଣା କାର ଶୋ ରୁମ, କୋଟି କୋଟି ଟଙ୍କାର ସ୍ଵର୍ଣ ଓ ହୀରା ଅଳଙ୍କାର, ବିଏମୱଉ  କାର, ମାର୍ସିଦିବେଞ୍ଚ କାର, ଇନୋଭା କାର, ଭଳି କୋଟି କୋଟି ଟଙ୍କାର ଏକାଧିକ ଯାନବIହନ, ଚାରି ଗୋଟି କୁକୁର, ଯାହାର ମୂଲ୍ୟ କୋଟିଏ ରୁ ଉର୍ଦ୍ଧ ହେବ ବହୁ ଏକାଧିକ କୋଟି କୋଟି ଟଙ୍କାର ଜମି ରାଜଧାନୀରେ ଇତ୍ୟାଦି ଇତ୍ୟାଦି ତାଙ୍କର ରହିଛି ।  ରାଣୀ ମହୁମାଛି ଅର୍ଚନାର ଜନ୍ମ ଦିବସରେ ମନ୍ତ୍ରୀ ମାନେ କାର ଉପହାର ଏଲିଟି ବ୍ରାଣ୍ଡ ର ଚାରି ଲକ୍ଷତାଙ୍କର ବେଗ, ପୋଲିସ ଅଧିକାରୀ  ଡାଇମଣ୍ଡ ରିଙ୍ଗ, ସ୍ଵର୍ଣ ବ୍ୟବସାୟୀ  ସ୍ଵର୍ଣ ଅଳଙ୍କାର ବିଲଡର  ପ୍ଲଟ ଇତ୍ୟାଦି ଉପହାର ପ୍ରଦାନ କରିଛନ୍ତି ।
  ତତସହିତ   ନବୀନ ସରକାରଙ୍କ ଜଣେ ମନ୍ତ୍ରୀ ଜଣେ ବେଶ୍ୟା ବା ରାଣୀମହୁମାଛିକୁ 50 ଗୋଟି VIP ପାସ କ୍ରିକେଟ ଖେଳ ପାଇଁ ଜୁନ ମାସରେ ପ୍ରଦାନ କରାଯାଇଥିଲା।
  FIR no 496/2022 ଖଣ୍ଡଗିରି ଥାନାରେ ଅର୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ଓ ଅନ୍ୟ ମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ଼ ଧାରା 341/ 324/328/354(c)/370/386/387/388/389/419/420/465/ 506/120 ( b)/66(E) ଏବଂ 67 ରେ ମାମଲା ୠଜୁକରି ଗିରଫ କରାଯାଇଛି ।
   ଉକ୍ତ କେସ ରେ କୋଟି କୋଟି ଟଙ୍କାର ବ୍ଲାକମନୀ ଜଡିତ । ରାଜ୍ୟ ପୋଲିସ ତଦନ୍ତ ଠିକ ଭାବେ କରିପାରିବେନାହିଁ ଜଣାପଡିଛି ।
    ତେଣୁ ଏନ୍ଫୋର୍ସମେଣ୍ଟ ଡିରେକଟର ଅର୍ଥ ବିଭାଗ କେନ୍ଦ୍ର ସରକରଙ୍କ ଦ୍ୱାରା ପ୍ରେଭେନସନ ଅଫ ମୋନୀ ଲେନଡ଼େରିଙ୍ଗ ଆଇନ 2002 ( PMLA ) ରେ ତଦନ୍ତ କରି  ଅର୍ଚନା ନାଗାର ସମସ୍ତ ସମ୍ପତି ବାଜ୍ୟାପ୍ତ କରି ସରକାରୀ ତହାବିଲ ରେ ମିଶାଇବା ପାଇଁ ପ୍ରାଥନା କରାଯାଇଛି ।
 ଉକ୍ତ କେସ ରେ ଏନ୍ଫୋର୍ସ ମେଣ୍ଟ  ଡିରେକଟର, ଅର୍ଥ ସଚିବ କେନ୍ଦ୍ର ସରକାର, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓଡିଶା ସରକାର, ପୋଲିସ ମହା ନିର୍ଦେଶକ ଓଡିଶା, IIC, ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ଙ୍କୁ ପକ୍ଷ ଭୁକ୍ତ କରି ମାମଲା ରୁଜୁ କରାଯାଇଛି ।
 ଉକ୍ତ କେସ କୁ ଆଇନ ଜିବି ଶ୍ରୀ ଗୋପାଳ ପ୍ରାସାଦ ଜେନା ପରିଚାଳନା କରୁଛନ୍ତି । ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୫/୧୦/୨୦୨୨---୬,୨୦   Sakhigopal News,15/10/2022

Blog Archive

Popular Posts