ସତ୍ୟବାଦୀର ବଳପୁରରେ ଭିନ୍ନ ପରମ୍ପରାରେ ଦଶହରା ପର୍ବ ପାଳିତ
ସାକ୍ଷୀଗୋପାଳ ---- ରାଜ୍ୟର ବିଭିନ୍ନ ଯାଗାରେ ବିଭିନ୍ନ ପ୍ରକାରରେ ଦଶହରା ପର୍ବ ପାଳନ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି । ି ବର୍ଷକପାଇଁ ମାଙ୍କୁ ବିଦାୟ କରାଯାଇଛି । ଦଶହରା ଏକ ଭାଇଚାର ପର୍ବ ସହିତ ଘରେ ପିଠା ପଣା ସାଙ୍ଗକୁ ଘର ମାନଙ୍କରେ ପୁଅ, ଝିଅ ଜୋଇଁ ନାତି ନାତୁଣୀ ମାନଙ୍କର ଗହଳି ଲାଗିଥାଏ । ସେହିପରି ପୁରୀ ଜିଲାର ସତ୍ୟବାଦୀ ବ୍ଳକର ବଳପୁର ମୌଜାରେ ଦଶହରା ବା ବିଜୟାଦଶମୀ ଭିନ୍ନ ପରମ୍ପରା ଭାବରେ ପାଳନ କରାଯାଇଥାଏ । ଯାହାକି ଏଠାରେ ପାଳନ କରାଯାଉଥିବା ପ୍ରଥା ଓଡିଶାରେ କେଉଁଠାରେ ଦେଖିବାକୁ ମିଳେ ନାହିଁ । ସ୍ୱତନ୍ତ୍ର ଭାବରେ ବିଜୟାଦଶମୀ ବା ଦଶହରା ପର୍ବ ପାଳନ କରାଯାଇଥାଏ । ବଳପୁର ବାଲୁଙ୍କେଶ୍ୱର ଦେବଙ୍କ ନିମନ୍ତ୍ରଣ ଆଖ ପାଖ ଠାକୁରାଣୀ ମାନଙ୍କୁ ଏକବାର ଠାରୁ କରାଯାଇଥାଏ । ସେମାନେ ଆସିଲାପରେ ଷୋଳପୂଜାରେ ବାଲୁଙ୍କେଶ୍ୱର ଦେବଙ୍କ ପୀଠ ପରିସରରେ ଅବସ୍ଥାନ ହୋଇ ପୂଜାରେ ଅଂଶ ଗ୍ରହଣ କରିଥାନ୍ତି । ସୋତ୍ରୀୟ ବାହ୍ମଣ ମାନଙ୍କ ଦ୍ୱାରା ଷୋଡଶ ଉପଚାରରେ ପୂଜା କରାଯିବା ସହ ଚଣ୍ଡୀପାଠ ସହିତ ହୋମ କରାଯାଇଥାଏ । ମାତ୍ର ଦଶହରା ବା ବିଜୟାଦଶମୀ ଦିନ ସେମାନଙ୍କୁ ମେଳାଣୀ ଦେବାର ପ୍ରକିୟା ଏଠାରେ ସ୍ୱତନ୍ତ୍ର ନିଆରା ହୋଇ ଏବେବି ରହିଛି । ନିମନ୍ତ୍ରିତ ଠାକୁରାଣୀ ମାନଙ୍କୁ ନଦୀରେ ଚାପ ଖେଳିବା ସମୟରେ ସେମାନଙ୍କୁ ବିଦାୟ କରିବାର ପରମ୍ପରା ରହିଛି । ପରମ୍ପରା ଅନୁସାରେ ବଳପୁର ମୌଜାର ନିମନ୍ତ୍ରିତ ହୋଇ ଆସିଥିବା ଆନନ୍ଦପୁର ଓ ବଳପୁର ଗ୍ରାମର ତାରେଣୀ ଠାକୁରାଣୀ, କୁସୁମେଶ୍ୱର ଗ୍ରାମର ଉଗ୍ରତାରା ଓ ଦିହୁଡିସାହିର ଷଷ୍ଠିଦେବୀ ଙ୍କୁ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରର ଷୋଳପୂଜାରେ ଭାଗ ନେଇଥାନ୍ତି । ପ୍ରତ୍ୟେକ ଦିନ ଷୋଡଶ ମନ୍ତ୍ର ଦ୍ୱାରା ଠାକୁରାଣୀ ମାନଙ୍କର ନୀତିକାନ୍ତି କରିବା ସହ ବିଭିନ୍ନ ଭୋଗ କରାଯାଇଥାଏ । ଦଶହରା ଦିନ ଅପରାହ୍ନରେ ଦେବୀ ମାନଙ୍କର ନୀତିକାନ୍ତି ସରିବା ପରେ ଛତି, ତ୍ରାସ ବୈରଖ, ଘଣ୍ଟ, ଘଣ୍ଟା, କାହାଳୀ,ମହୁରୀ, ବାଜା ବଯାଇ ସୁସଜିତ ଏକ ବିମାନରେ ବାଲୁଙ୍କେଶ୍ୱରଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖରଙ୍କ ସହ ବଳପୁର ଶାସନ, ପଣ୍ଡାସାହି ଓ ବେହେରା ସାହିରେ ଦୁଆରୀ ଭୋଗ ଖାଇଥାନ୍ତି । ମାଙ୍କୁ ବିଦାୟ ଦେବାପାଇଁ ପୁଣ୍ୟତୋୟା ଭାର୍ଗବୀ ନଦୀର ସାଗରସ୍ନାନ ଘାଟକୁ ନିଆଯାଇଥାଏ । ସେଠାରେ ଅପେକ୍ଷାରତ ଦୁଇଟି ଡଙ୍ଗା ଏକାଠି କରାଯାଇ ମାଙ୍କୁ ବସାଯିବା ପରେ ସେବାୟତ ମାନେ ନୀତି ଅନୁସାରେ ପ୍ରଥମେ ଗଙ୍ଗାଦେବୀଙ୍କୁ ଗଙ୍ଗା ଆଳତୀ କରିଥାନ୍ତି । ତାପରେ ସେଠାରେ ଅପେକ୍ଷାରତ ଶହ ଶହ ସଂଖ୍ୟାରେ ଭକ୍ତ ମାନେ ଏହି ପବିତ୍ର ଦୃଶ୍ୟ ଦେଖିବା ପାଇଁ ଅପେକ୍ଷାରତ ରହିଥାନ୍ତି । କଥାରେ ଅଛି ଏହି ଦୃଶ୍ୟ ଦେଖିଲେ ବହୁପୁଣ୍ୟ ମିଳିଥାଏ । ଠାକୁରାଣୀ ମାନଙ୍କୁ ନଦୀ ମଧ୍ୟରେ ଚାପ ଖେଳି ବିଦାୟ ଦେବାର ପରମ୍ପରା ରହିଛି । ସେଠାରେ ଅପେକ୍ଷାରତ ସେବାୟତ ମାନେ ମାଙ୍କ ମନ୍ଦିରକୁ ନେବା ସମୟରେ ଦୁଆରୀ ଭୋଗ ଖୁଆଇ ମନ୍ଦିରକୁ ପ୍ରବେଶ କରାଇଥାନ୍ତି । ବଳପୁର ବାଲୁଙ୍କେଶ୍ୱର ଟ୍ରଷ୍ଟବୋର୍ଡ ପକ୍ଷରୁ ପରିଚଳାନା ନ୍ୟାସି ନିରଞ୍ଜନ ମହାପାତ୍ରଙ୍କ ସହିତ ଅନ୍ୟ ସଭ୍ୟମାନେ ଓ ଦେଶ କମିଟିର ସଭ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନ କରିବାରେ ସହଯୋଗ କରିଥିଲେ । ସେହିପରି ବୀରରାମଚନ୍ଦ୍ରପୁର ଗ୍ରାମର ମା ମଣିନାଗଦୁର୍ଗା ତାଙ୍କର ଭଉଣୀ ସାକ୍ଷୀଗୋପାଳ ଚନ୍ଦନପୋଖରୀ ଉପରେ ପୂଜିତ ମାଳେଶ୍ୱରୀଙ୍କୁ ଷୋଳପୂଜାପାଇଁ ନିମନ୍ତ୍ରିତ କରିଥିଲେ । ଦଶହରା ପର୍ବ ବା ନୀତି ସରିବା ପରେ ଶନିବାର ଭୋର ସମୟରେ ସେହିପରି ସୁସଜିତ ବିମାନରେ ଆଣି ପୂଜା ପାଉଥିବା ନିଜ ମନ୍ଦିରରେ ବିଦାୟ ଦେଇଥିଲେ । ଏହି ପରୀପେକ୍ଷିରେ ସେବାୟତ ମାନଙ୍କ ଦ୍ୱାରା ମାଳେଶ୍ୱରୀ ଦେବୀଙ୍କ ମନ୍ଦିର ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଏଠାରୁ ବିଦାୟ ଦେଇ ମା ମଣିନାଗ ଦୁର୍ଗା ଫେରିବା ବାଟରେ ବାସୁକେରା ଗ୍ରାମରେ ପୂଜିତ ମଙ୍ଗଳାଙ୍କ ପାଖରେ ଭୋଗ ଖାଇ ନିଜ ମନ୍ଦିର ବୀରରାମଚନ୍ଦ୍ରପୁର ଗ୍ରାମକୁ ଫେରିବା ପରେ ସେଠାରେ ମାଙ୍କର ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା । ବିଭିନ୍ନ ଗ୍ରାମ ମାନଙ୍କରେ ଦଶହରା ପର୍ବ ପାଳିତ ହୋଇଯାଇଛି । ମହାମାୟାସାହି ବା ସାକ୍ଷୀଗୋପାଳ ୍େଷ୍ଟସନସ୍ଥିତ ପଡିଆ ଓ ନଡିଆ ବ୍ୟବସାୟୀ ସଂଘଙ୍କ ଦ୍ୱାରା ନଡିଆ ମାର୍କେଟ ପରିସରରେ ଦୁଇଟି ମାଙ୍କର ମୃଣୟ ମୂର୍ତ୍ତି ପୂଜା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧୦/୨୦୨୨----୫;୧୦ Sakhigopal News , 6/10/2022