ଜଟଣୀ କର୍ମ ମନ୍ଦିର ଅନୁଷ୍ଠାନ ପକ୍ଷରୁ ଦଶହରାରେ ରାବଣ ପୋଡି ଉତ୍ସବ
ଜଟଣୀ----:ପ୍ରତିବର୍ଷ ପରି ଚଳିତ ବର୍ଷ ଦଶହରା ଅବସରରେ ଜଟଣୀ ରାମଚନ୍ଦ୍ର ପୁର ସ୍ଥିତ ଥାନା ଛକ ଯାତ୍ରା ପଡିଆଠାରେ କର୍ମ ମନ୍ଦିର ଅନୁଷ୍ଠାନ ସହଯୋଗରେ ରାବଣ ପୋଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଉପଦେଷ୍ଟା, ମାଡ୍ରାସ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ୟ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ୟ୍ୟକ୍ରମ ରେ ଅନ୍ୟ ତମ ଅତିଥିଭାବେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗ ଯୋଗ ଦେଇ କଂସା ବାସନ ର ତାଳରେ ସଂଗୀତ ନୃତ୍ୟ ପରିବେଷଣ କରିଥିଲେ । ଆଦିବାସୀ ନୃତ୍ୟ ତଥା ବନ୍ଦେ ଉତ୍କଳ ଜନନୀ ର ପରିବେଷଣ ଉପସ୍ଥିତ ଥିବା ଦର୍ଶକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ହୋଇଥିଲା । ଲଘୁଚାପଜନିତ ଲଗାଣ ବର୍ଷା ସତ୍ୱେ ଦର୍ଶକଙ୍କ ଅସଂଖ୍ୟ ଉପସ୍ଥିତି ରେ ରାବଣ ପୋଡି କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମ ରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ସ୍ମୃତି ପଟ୍ଟନାୟକ ତାଙ୍କର ଅଭିଭାଷଣ ରଖି କାର୍ୟ୍ୟକ୍ରମର ଉଦେଶ୍ୟ ଆଧାରିତ ପ୍ରଶଂସା କରିଥିଲେ । ଭାରତୀୟ ତୈଳ ନିଗମ ର ନିର୍ଦେଶକ ସୁଦୀପ୍ତ ରାୟ ଏହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମ ରେ ଜଟଣୀ ରେ ଥିବା ଗଣେଷ ପୂଜା କମିଟି ର ସଭାପତି ତଥା ସମ୍ପାଦକ ଙ୍କ ସହ ସାମ୍ବାଦିକ ଏବଂ ଅନ୍ୟାନ୍ୟ ସାମାଜିକ କାର୍ୟ୍ୟକର୍ତ୍ତା ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସୁଦୀପ୍ତ ରାୟ ଧନ୍ୟବାଦ ଦେଇଥିଲେ । ଖିଚୁଡ଼ି ଭୋଗ ବଣ୍ଟନ କରାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୬/୧୦/୨୦୨୨---୫,୨୦ Sakhigopal News, 6/10/2022