Breaking News

ଲେଲେ ବଉଲ ଗୀତରେ ନାଚିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର



ବଲାଙ୍ଗିର,ସଇଁନ୍ତଲା,ସମଗ୍ର ଦେଶ ରେ ଆରମ୍ଭ ହୋଇ  ଯାଇଛି ମା ଦୁର୍ଗାଙ୍କ ପୂଜା । ଆଜି ଠାରୁ ମା ଜଗତ ଜନନୀ ଦୁର୍ଗା ଙ୍କ ପୂଜା ଚଳିତ ବର୍ଷ ମହା ଆଡମ୍ବର ରେ ପାଳିତ ହୋଇଯାଇଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ମା ଙ୍କ ନବରାତ୍ର ପୂଜା ଆରମ୍ଭ ହେଉ ଥିବା ବେଳେ ବିଭିନ୍ନ ପୀଠ ଓ ମନ୍ଦିର ରେ ମଧ୍ୟ ପୂଜା ଆରମ୍ଭ ହୋଇଛି ।ଚଳିତ ବର୍ଷ କୋଭିଡ କଟକଣା ନ ଥିବା ରୁ ବେଶ ଧୁମଧାମରେ ପୂଜା କରାଯାଇଛି  । ତେବେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହା ଆଡମ୍ବର ରେ ପୂଜା ଆରମ୍ଭ ହୋଇଥିବା ବେଳେ ସଇଁନ୍ତଲା ବ୍ଲକ ସ୍ଥାନୀୟ ହାଟପଦା ଠାରେ ଦୁର୍ଗା ପୂଜା୨୪ ବର୍ଷରେ   ପଦାରପଣ କରିଛି।ଗାଁ ଠୁ ସହର ବିଭିନ୍ନ ସ୍ଥାନରେ ଉତ୍ସବ ମୁଖର ହୋଇ ଉଠିଛି।ତେବେ ଏହି ଅବସରରେ ସମ୍ବଲପୁରର ମା ଇଷ୍ଟ ଦେବୀ ମେଲୋଡି ରେ ପଶ୍ଚିମ ଓଡ଼ିଶାର ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଓ ମୁକ୍ତା ଙ୍କ ଲେ ଲେ ବଉଲ ଗୀତରେ ହଜାର ହଜାର ଦର୍ଶକ ଝୁମିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂଜା କମିଟିର ସଭାପତି ସୁରେନ୍ଦ୍ର ସିଂ ଭୋଇ ଗୀତର ତାଳେ ତାଳେ ନାଚି ଥିଲେ। କଲ୍ୟାଣ, ରୂପାଲି ଓ ସାଥି ମାନେ ନୃତ୍ୟ ପରିବେଷଣ କରିଥିଲେ।ସୂଚନା ମତେ ବିଭିନ୍ନ ଦେବୀ ମନ୍ଦିର ଗୁଡିକ ରେ ରିତିକାନ୍ତି ଅନୁସାରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ସୁନ୍ଦର ତୋରଣ, ଘଣ୍ଟ ବାଦ୍ୟ, ସହ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଏବେ ଠୁ ପୂଜା ମଣ୍ଡପ ଗୁଡିକ  ଝଲସି ଉଠୁଛି। ମା ଦୁର୍ଗାଙ୍କ ନଅ ଅବତାର ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ସଇଁନ୍ତଲା ରେ  ।ଚଳିତ ବର୍ଷ କର୍ତ୍ତା ଭାବରେ ଗଜାନନ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ମିନା ଦେବୀ ଅଗ୍ରୱାଲ ପୂଜା କାର୍ଯ୍ୟ ତୁଲାଉ ଥିବା ବେଳେ  ପୂଜା କମିଟିର ସମ୍ପାଦକ ସୁବୋଧ ମିଶ୍ର ସମେତ କମିଟିର ସଦସ୍ୟ ମାନେ ସହଯୋଗ କରୁଛନ୍ତି।ସନ୍ଧ୍ୟାରେ ଘଣ୍ଟା ଶଙ୍ଖ ହୁଳହୁଳି ରେ ଆଳତୀ କରାଯାଉ ଥିବା ବେଳେ ହଜାର ହଜାର ଭକ୍ତ ଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି।

ସାଇଁତଲା ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୬/୧୦/୨୦୨୨---୬,୨୦ Sakhigopal News,6/10/2022

Blog Archive

Popular Posts