Breaking News

ଏକ ସନ୍ତୁଳିତ ପରିବେଶ ପାଇଁ, ବନ୍ୟପ୍ରାଣୀ ହିଁ ପ୍ରମୁଖ ମାଧ୍ୟମ".. ଡହ ରେ ୬୮ ତମ ବନ୍ୟପ୍ରାଣୀ ସୁରକ୍ଷା ସସ୍ତାହ ପାଳିତ



ଭଞ୍ଜନଗର -   ବନ୍ୟପ୍ରାଣୀ ସୁରକ୍ଷା ସସ୍ତାହ ଅବସରରେ  ଉତ୍ତର ଘୁମୁସୁର  ବନ ଖଣ୍ଡ ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ , ଡହ  ଗ୍ରାମରେ  ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅନୁଷ୍ଠିତ ହେଇଯାଇଛି ।  ଉତ୍ତର ଘୁମସୁର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଅଧ୍ୟକ୍ଷତା କରିଥିଲେ ।  ଆୟୋଜିତ ସଭାରେ ଡହ ସେକସନର ବନପାଳ କୃଷ୍ଣଚନ୍ଦ୍ର ସ୍ବାଇଁ,ବାଇବାଲି ସେକସନର ବନପାଳ କାହ୍ମୁ ଚରଣ ଖଟେଇ, ଭଞ୍ଜନଗର ସେକସନର ବନପାଳ ବଂଶୀଧର ବିଷୋୟୀ ,ମୁଜାଗଡ ସେକସନର ବନପାଳ ଚନ୍ଦ୍ରମଣି ଦୋରା, ବନରକ୍ଷୀ ଶୁଭସ୍ଥିତା ଦାଶ,ହସଂ ବେହେରା, ମଧୁସୂଦନ ସ୍ବାଇଁ ,ଅଭିମନ୍ୟୁ ପ୍ରଧାନ, ସୁନିଲ କୁମାର ପଣ୍ଡା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବଧାରକ ଶୁଳପାଣି ଶତପଥୀ  ପ୍ରମୂଖ  ଯୋଗ ଦେଇଥିଲେ। ବନ ଓ ପରିବେଶ ସୁରକ୍ଷାର ମହତ୍ତ୍ୱ, ବନ୍ୟପ୍ରାଣୀ ସୁରକ୍ଷା ଓ ପରିଚାଳନା, ଜୈବ ବିବିଧତା ବଜାୟ ରଖିବା ସହ ଜଳବାୟୁ ସନ୍ତୁଳନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଶେଷରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ନିଆ ଯାଇ ଥିଲା । ଉତ୍ତର ଘୁମସୁର  ବନଖଣ୍ଡ , ମୁଜାଗଡ ବନାଞ୍ଚଳର ବିଭିନ୍ନ ସେକସନର ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା  କର୍ମକର୍ତ୍ତା ଓ ବହୁ ଗ୍ରାମବାସୀ ଭପସ୍ଥିତ ଥିଲେ ।  କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ , ଦାସକାଠି ନୃତ୍ୟ ଓ ଶିଶୁ କଳାକାରକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉପଯୁକ୍ତ ପ୍ରଶିକ୍ଷଣ ବିନା , ବନ୍ୟ ଜନ୍ତୁ ପରିଚାଳନା ସଠିକ ଭାବେ ହୋଇ ପାରିବନି  ବୋଲି ମତ ପ୍ରକାଶ ପାଇଥିଲା । ସେଥି  ନିମନ୍ତେ ଆଗ।ମୀ ଦିନରେ ପାରା ସ୍କ୍ୱାର୍ଡ ଷ୍ଟାଫ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ବିଭାଗ ପକ୍ଷରୁ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶେଷରେ ବନ ଉନ୍ନୟନ ପ୍ରକଳ୍ପର ସଂଯୋଜକ ଆଶୁତୋଷ ଭୋଳ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ବିଭିନ୍ନ ସେକସନର ବନରକ୍ଷୀ  କର୍ମଚାରୀ ସମେତ ସ୍ମାର୍ଡ କର୍ମଚାରୀମାନେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୦/୨୦୨୨----୬,୨୦ Sakhigopal News,6/10/2022

Blog Archive

Popular Posts