Breaking News

ମା' କୁ ପିଟିପିଟି ମାରିଦେଲା ପୁଅ .. ଘରଭିତରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଧାର

 
ଭଞ୍ଜନଗର-  ତାରସିଙ୍ଗି ଥାନା ଗଜାପଦର ଗାଁରେ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(50)। ସୂଚନା ମୁତାବକ ତ୍ରିବେଣୀ ଓ   ପୁଅ ସନା ନାୟକ ଘରେ ରହୁଥିଲେ । ଶୁକ୍ରବାର  ରାତିରେ ମା ପୁଅ ମଧ୍ୟରେ କୈାଣସି କାରଣରୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା ।  ଶନିବାର ସକାଳୁ  ସକାଳୁ ମା ତ୍ରିବେଣୀ ର ମୃତଦେହ ଘରେ ପଡିଥିବା ଦେଖି ପଡୋଶୀ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପୁଅକୁ ଅଟକ ରଖି ପଚରା ଉଚରା କରିଥିଲା । ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତେବେ  ଏହି ଘଟଣାରେ , ପୁଅ ହିଁ ନିଜେ ହତ୍ୟାକାରୀ ସାଜିଥିଲା । ଏବଂ ଠେଙ୍ଗାରେ ପିଟିପିଟି ଅତି ନିର୍ଦୟ ଭାବେ ହତ୍ୟା କରିଥିଲା ବୋଲି  ତାରାସିଙ୍ଗି ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶ ସୂଚନା ଦେଇଛନ୍ତି । ଏନେଇ ତାରାସିଙ୍ଗି ପୋଲିସ ଥାନା କେଶ୍ ନମ୍ବର ୩୨୧/୨୨ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି । ଆସନ୍ତା କାଲି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୯/୨୦୨୨---୯,୪୫  Sakhigopal News,9/9/2022

Blog Archive

Popular Posts