ଜୁଆଖେଳ ଚାଲିଥିବା ବେଳେ , ପୋଲିସ ର ଚଢ଼ାଉ ୧୭ ଜୁଆଡି ଗିରଫ , ୫୨ ହଜାର ଟଙ୍କା ଜବତ
୩ ଟି ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ପୋଲିସ ଚଢ଼ାଉ କରିଥିଲା । ଏଥିରେ ସଂପୃକ୍ତ ୧୭ ଜଣ ଜୁଆଡି ଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ୫୨ ହଜାର ୨୫୦ ଟଙ୍କା ଜବତ କରିଛି । ପୋଲିସ ର ସୂଚନା ପ୍ରକାରେ , ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୁଡିପଲ୍ଲୀ ଗାଁ ନିକଟ ଜୁଆଖେଳ ରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଠେଙ୍ଗାଧର ଗାଁ ନିକଟ ଜୁଆଖେଳ ରୁ ୪ ଜୁଆଡି ଗିରଫ ହୋଇଥିଲେ । ସେହିଭଳି ବେଲଗୁଣ୍ଠା କଲେଜ ପଡିଆ ନିକଟ ଏକ ପରିତ୍ୟକ୍ତ ଘରେ ଜୁଆଖେଳ ଚାଲିଥିବା ସୂଚନା ପାଇ , ପୋଲିସ ଟିମ୍ ଚଢାଉ କରି ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ୩୦୯/୨୨ , ୩୧୦/୨୨ ଓ ୩୧୧/୨୨ ରେ ତିନୋଟି ମାମଲା ରୁଜୁ କରି , ସମସ୍ତ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୯/୨୦୨୨---୯,୫୦
Sakhigopal News,9/9/2022