Breaking News

ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଗୁହାଳ ଯୋଜନା ବାଟ ବଣା; ଗାଈଗୋରୁ ଛେଳି ଥାଇ ମଧ୍ୟ ଗୁହାଳ ପାଇବାରୁ ବଞ୍ଚିତ



ନୟାଗଡ-----ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କ ପାଇଁ ସରକାରଙ୍କପକ୍ଷରୁ ବିଭିନ୍ନ ଯୋଜନା ମାନ କରାଯାଉଛି। ସ୍ଥାନୀୟ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ କରାଯାଇଥାଏ। ତେବେ ଏଥିରେ ଥିବା କିଛି ଦ୍ରୁନୀତି ଗ୍ରସ୍ତ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଓ ଖାମ ଖିଆଲି ମନୋଭାବ ଯୋଗୁଁ ସରକାରଙ୍କ ଯୋଜନା ପଞ୍ଚାୟତ ସ୍ତରରେ ବାଟ ବଣା ହେବାରେ ଲାଗିଛି। ବହୁ ଗରିବ ଲୋକ ମାନେ ଏହି ଯୋଜନାରେ ସାମିଲ ହୋଇ ନପାରି ହା ହତାସରେ ରହୁଥିବା ଜଣା ପଡ଼ିଛି। ଧନୀକ ଶ୍ରେଣୀ ର ଲୋକ ମାନେ ଯୋଜନାରେ ଫାଇଦା ଉଠାଇ ନେଉଥିବା ବେଳେ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବା ଜଣାପଡିଛି।ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତର ଗୋଛାବାରି ଗ୍ରାମର ଲଡୁ ପରିଡା30ରୂ ଉର୍ଦ୍ଧ୍ବ ଗାଈ ବାଛୁରୀ ରଖିଥିବା ବେଳେ ଏହିଗ୍ରାମର ଟୁକୁନା ବେହେରା 20ରୁ ଉର୍ଦ୍ଧ୍ବ ଗାଈ, ଏବଂ ସୁବାସ ବେହେରା ମଧ୍ୟ20ରୁ ଅଧିକ ଗାଈ ଗୋରୁ ରଖି ଥିବାବେଳେ ଏ ମାନେ ଗୁହାଳ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହୋଇ ପାରି ନାହାନ୍ତି। ଏହି ପରି ଢୋଲମରା ପଞ୍ଚାୟତର ମଇଁଷିବିନ୍ଧା ଗ୍ରାମର ସୁରଥ କରଣ, ପ୍ରଭାତୀ ପ୍ରଧାନ ,ପ୍ରଫୁଲ୍ଲ କରଣ, ହରପ୍ରିୟା ଜେନା, ରାମଚନ୍ଦ୍ର ପ୍ରଧାନ, ପ୍ରତିମା କରଣ,ଦୀନବନ୍ଧୁ ପ୍ରଧାନ ଛବି ପ୍ରଧାନ, 20ରୁ ଉର୍ଦ୍ଧ୍ବ ଛେଳି ଓ ଗାଈ ରଖିଥିବା ବେଳେ ଭଙ୍ଗା ଗୁହାଳରେ ଜନ୍ତୁ ଗୁଡିକ ବାନ୍ଧୁ ଛନ୍ତି ।ଗୁହାଳ ପାଇବା ପାଇଁଏହି ହିତାଧିକାରୀଙ୍କ ନାଁ ନାହିଁ। ଏହି ପରି କୁମ୍ଭାରପଡା ପଂଚାୟତରେ ମଧ୍ୟ ଗୁହାଳ ଯୋଜନା ବାଟ ବଣା ହୋଇଛି।କୁମ୍ଭାର ପଡା ମଙ୍ଗଳା ମନ୍ଦିର ନିକଟସ୍ଥ ହରିଜନ ସାହିରେ କିଛି ହିତାଧିକାରୀଙ୍କ ଗାଈ, ବଳଦ ଛେଳି,ରହିଥିବା ବେଳେଏ ମାନେ ମଧ୍ୟ ଗୁହାଳ ନପାଇ ଭଙ୍ଗାରୁଜା ଘରେ ଜନ୍ତୁ ମାନଙ୍କୁ ରଖୁଛନ୍ତି। ଗୁହାଳ ଘର ପାଇବା ପାଇଁ ପଂଚାୟତ ପକ୍ଷରୁ କୌଣସି ପଦେକ୍ଷପ ନିଆଯାଉ ନାହିଁ।ସୂଚନାଯୋଗ୍ୟ ଯେ ଯାହାର ଗାଈ, ଛେଳି, ନାହାନ୍ତି ସେମାନେ ଅଧିକାରୀଙ୍କୁ ହାତ କରି ଲକ୍ଷ ଲକ୍ଷ ଟଙ୍କା ଗୁହାଳ ଘର ନିର୍ମାଣ ନାମରେ ହାତେଇ ଥିବାବେଳେ କିନ୍ତୁ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହୋଇଛନ୍ତି।ଏଣୁ ଏଦିଗରେ ନୟାଗଡ ଜିଲା ପାଳ ଦୃଷ୍ଟି ଦେବାକୁ  ଜଣସାଧାରଣଙ୍କ ପକ୍ଷରୁ ଦାବିହେଉଛି।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୯/୨୦୨୨--- ୮,୪୫ Sakhigopal News,9/9/2022

Blog Archive

Popular Posts