ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ପଞ୍ଚସଖା ସମାଧିପୀଠ ପରିସର ସଫେଇ ଓ ତୁଳସି ବୃକ୍ଷ ରୋପଣ
ସାକ୍ଷୀଗୋପାଳ---- ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ଦିନ ବକୁଳବନ ସ୍ଥିତ ପଞ୍ଚସଖା ସମାଧିପୀଠ ପରିସର ସଫେଇ କରାଯିବା ସହ ପ୍ରାୟ ଦୁଇଶହ ତୁଳସୀ ବୃକ୍ଷ ରୋପଣ କରାଯାଇଛି । ଉକ୍ତ ସମାଧୀପୀଠ ପରିସରର ନିଶାଡିଆ ମାନଙ୍କ ଆଡାସ୍ଥଳ ହେବା ସହ ଗୋରୁଗାଇ ମାନଙ୍କର ଚରାଭୂଇଁ ପାଲଟିଛି । ବିଭିନ୍ନ ଜଙ୍ଗଲି ଗଛ ଉଠିବା ସହ ବର୍ଷା ଯୋଗୁ ଅନାବନା ଗଛ ଉଠି ଜଙ୍ଗଲ ସୃଷ୍ଟି ହୋଇଥିଲା । ପରିଷଦର ସଭାପତି ତଥା ଆଇନଜୀବୀ ଗୁଣ୍ଡିଚା ବରାଳଙ୍କ ତତ୍ୱବଧାନରେ ସଫେଇ ଓ ତୁଳସୀବୃକ୍ଷ ରୋପଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଅମର ନନ୍ଦ, ସୁଶାନ୍ତ ରଥ, ଅବସରପ୍ରାପ୍ତ ଶିକ୍ଷକ ବଳମାଳୀ ବେହେରା, ସମାଜସେବୀ ବିଶ୍ୱଜିତି ଶତପଥି, ହୃଷିକେସ ମିଶ୍ର, ପ୍ରଫୁଲ ମିଶ୍ର ଓ ବୁଦ୍ଧିଆ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସମାଧିପୀଠ ସଫେଇ କରିବା ସହ ତୁଳସିବୃକ୍ଷ ରୋପଣ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୦/୨୦୨୨----୩,୪୦ Sakhigopal News , 7/10/2022