ପିଚୁ ରାସ୍ତାରେ ଗୋଡି ଓ ମାଟି ପକାଇ ଲକ୍ଷାଧିକ ଟଙ୍କା ହାତେଇବା ପାଇଁ ଉଦ୍ଦ୍ୟମ ; ବିଭାଗୀୟ ଜେଇଙ୍କ ଅନୁପସ୍ଥିତିରେ କାମ ଚାଲିଛି
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସାକ୍ଷୀଗୋପିନାଥ ମନ୍ଦିର ଦେଇ ଅଳଗୁମ ରାସ୍ତା ଯାଇଛି । ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ରହିଛି । ବିଶେଷ କରି ସାକ୍ଷୀଗୋପାଳ ମନ୍ଦିର ଠାରୁ ବସଷ୍ଠାଣ୍ଡ ବା ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାର ଦୂରତା ପ୍ରାୟ ଦେଢ଼କିଲୋମିଟର ହେବ ।ଏହି ରାସ୍ତାଟି ଠିକାଦାର ମାନଙ୍କୁ ପୋଷିବା ପାଇଁ ରହିଛି । ପ୍ରତିବର୍ଷ କାତ୍ତିକ ମାସ ଅଁଳାନବମୀ ଆଗରୁ କାମ କରାଯାଇଥାଏ । ଯାତ୍ରା ସରିବାର ଏକ ମାସ ପରେ ପରେ ରାସ୍ତା ଯେଉଁ ଖାଲଖମାକୁ ସେହି ଖାଲଖମାରେ ପରିପୂର୍ଣ୍ଣ ହୋଇଥାଏ । ଏବେ ବସଷ୍ଟାଣ୍ଡ ବା ପ୍ରବେଶ ପଥରେ ବର୍ଷା ହେଲେ ପାଣିର ଲହଡି ଭାଙ୍ଗିଥାଏ । ସେହିପରି ଷ୍ଟେଟବ୍ୟାଙ୍କ ଠାରୁ ରେଳୱେ ଗେଟ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଛି । ବିଶେଷ କରି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ବା ନଡିଆ ମାର୍କେଟ ନିକଟରୁ ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ ହୋଇଗଲା । ଏପରିକି ବିଭିନ୍ନ ଗଣମାଧ୍ୟମ ଠାରୁ ବିଭିନ୍ନ ଟିଭି ଚ୍ୟାନେଲ ସହିତ ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ସହ କିଛି ଭିଡିଓ ଭାଇରାଲ ହୋଇଥିଲା । ଏବେ ଏହି ରାସ୍ତାରେ ମେଣ୍ଟାଲ ସହିତ ମାଟି ଓ ଡଷ୍ଟଗୁଣ୍ଡ ପକାଯାଉଛି । ଯାହାକି ରାସ୍ତା ଏବେ କଦୁଅରେ ପରିପୂର୍ଣ୍ଣ । କାଦୁଅ ଯୋଗୁ ରାସ୍ତା ଏବେ ଖାଲଖମା ଠାରୁ ଆହୁରି ବିପଦପୂର୍ଣ୍ଣ ହୋଇ ପଡିଛି । ବଡ ଆଶ୍ଚର୍ଯ୍ୟର କଥା ଯେ ରାସ୍ତା କାମ ହେଉଛି ବିଭାଗୀୟ ଜେଇଙ୍କର ସେଠାରେ ଦେଖାନାହିଁ । କାମ ସରିଗଲେ ତୁରନ୍ତ ଲକ୍ଷାଧିକ ଟଙ୍କା ବିଲ କରିନେବା ପାଇଁ ଉଦ୍ଦ୍ୟମ ଜାରି ରହିଥିବା ଜଣାପଡିଛି । ଯାହାକୁ ନେଇ ସାକ୍ଷୀଗୋପାଳ ବଡ ବଜାର କମିଟିର ସଭାପତି ବୀରେନ୍ଦ୍ର ଭୂଷଣ ହୋତା ଏହି କାର୍ଯ୍ୟକୁ ଘୋର ବିରୋଧ କରିଛନ୍ତି । ଗୋଟିଏ ଦୁଇ ଅସରା ବର୍ଷା ହୋଇଗଲେ ପାଣିରେ ଏହି ମାଟି ବା ଡଷ୍ଟ ଗୁଣ୍ଡ ଧୋଇଗଲା ପରେ ଗୋଡିରେ ଯିବା ଆସିବା କରିବା କଷ୍ଟକର ହୋଇ ପଡିବ ବୋଲି ସେ କହନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ନିବଦେନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୦/୨୦୨୨---୩,୫୦ Sakhigopal News , 7/10/2022