Breaking News

ଜଟଣୀ ଭୁତଳ ରାସ୍ତାରେ ମାଲ ପରିବହନ ଟ୍ରକ ଦୁର୍ଘଟଣା ଗ୍ରସ୍ତ ; ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ଜନସାଧାରଣ ହନ୍ତସନ୍ତ




ଜଟଣୀ -ସ୍ଥାନୀୟ ସୀତାରାମ ଛକ ନିକଟରେ ଥିବା ରେଳବାଇ ଭୁତଳ ରାସ୍ତାରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଯାହାଫଳରେ ଉକ୍ତ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ । ଜଣସାଧାରଣ ଅସୁବିଧାର  ସମ୍ମୁଖୀନ ।ଏଫ. ସି. ଆଇ. ଗୋଦାମରୁ ଚାଉଳ ବୋଝଇ ଟ୍ରକ ନଂ OR02-K4188 ଆସୁଥିବା ସମୟରେ ଭାରସାମ୍ୟ ହରାଇ ନାଳ ମଧ୍ୟରେ ଚକ ଖସିଯିବାରୁ ଗାଡିଟି ରାସ୍ତାର ଏକ ପାର୍ଶ୍ୱକୁ ଢଳି ରହିଥିଲା । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ଏହି ଦୁର୍ଘଟଣା ଗ୍ରସ୍ତ ଟ୍ରକ ଟିର ମାଲିକ ହେଲେ ସ୍ଥାନୀୟ ବଡତୋଟା ଗ୍ରାମର ବିଜୟ କୁମାର ସାହୁ । ଗାଡିର ଫିଟନେସ 31/07/2018 ମସିହାରୁ ସରି ଯାଇଥିବା ବେଳେ ରୋଡ଼ ଟାକ୍ସ ଅବଧି 10/07/2022 ରୁ ସମାପ୍ତ ହେଲାଣି । ଇନ୍ସୁରାନ୍ସ ଏବଂ ପଲ୍ୟୁସନ କଥା ନ କହିଲେ ଭଲ । ଗାଡିର କାଗଜପତ୍ର ଠିକ ନଥିବା ବେଳେ ସରକାରଙ୍କ ମାଲ ପରିବହନ କରିବାକୁ ନିର୍ଦ୍ଧେଶ ଦେଲା କିଏ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏହିଗାଡି ଦ୍ୱାରା ଜନସାଧାରଙ୍କ କ୍ଷତି ହୁଏ ତେବେ ଏହାପାଇଁ ଦାୟି ରହିବ କିଏ ? । ସରକାର ନା ଗାଡ଼ିମାଲିକ । ଗାଡି ମାଲିକ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲକ୍ଷ୍ ଲକ୍ଷ୍ ଟଙ୍କା ରୋଜଗାର କରୁଥିବାବେଳେ ପ୍ରଶାସନ କରୁଛି କଣ । ପ୍ରଶାସନ ଜାଣିଶୁଣି ଅଭିଯୁକ୍ତଙ୍କ ଠାରୁ ପିସି ଖାଇ ଚୁପ ବସିନାହିଁ ତ ? । ଏହା ସାଧାରଣରେ ପ୍ରଶ୍ନ ବାଚୀ । ଏହା ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ଘଟୁ ଥିବାବେଳେ ଆମ ରାଜ୍ୟର ଫାଇଭ ଟି ସରକାର କରୁଛି କଣ  ? । ଏହି ଭଳି ଏଫ. ସି. ଆଇ ଗୋଦାମରୁ ମାଲ ପରିବହନରେ ସମ୍ପୃକ୍ତ ସମସ୍ତ ଗାଡିର କାଗଜପତ୍ର ଠିକ ନ ଥିବାର ନଜିର ଅଛି । ଗାଡି ଗୁଡିକରେ କାପାସିଟି ଠାରୁ ଅଧିକ ମାଲ ବୁହାଉଥିବାରୁ ମଧ୍ୟ ନଜିର ଅଛି । ଗାଡି ନଂ OR-05-P2681 ର ଇନ୍ସୁରାନ୍ସ 02/01/2020 ରୁ, ରୋଡ଼ ଟ୍ୟାକ୍ସ 30/06/2021 ରୁ, ଫିଟନେସ 28/05/2020 ଏବଂ ପଲ୍ୟୁସନ 25/08/2020 ରୁ ଅବଧି ଶେଷ ହୋଇ ଯାଇଥିବା ବେଳେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ ହେବାକୁ ଆଦେଶ ଦେଲେକିଏ ?। ଆଶ୍ଚର୍ଯ୍ୟ କଥା ଏଭଳି କାର୍ଯ୍ୟକୁ ପ୍ରଶୟ ଦେଉଛି କିଏ ? ।ଏହା ଫଳରେ ଗାଡି ମାଲିକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ପ୍ରତିରୋଧ କଲେ ମିଳେ ଧମକ । ଏଭଳି ଅନେକ ଗାଡି  ଯାହାର କାଗଜ ପତ୍ର ଠିକ ନ ଥିବା ଜଣାପଡିଛି । ରାଜ୍ୟର RTO ବିଭାଗ କରୁଛି କଣ ?। ଏହିଭଳି ଅଭିଯୁକ୍ତ ମାଲିକ ମାନେ ମିଳିତ ହୋଇ ସଂଘଠନ କରି ଏକ ରକମ ରାହାଜାନି ଚଳାଇଛନ୍ତି । ଅନେକ ସମୟରେ ଜଟଣୀର ମୁଖ୍ୟରାସ୍ତା ହରିଭାଇନା ଛକ ଠାରୁ ଆରମ୍ଭ କରି ଥାନା ଛକ ଡେଇଁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତାର ଅଧା ରାସ୍ତାକୁ ଅବରୋଧ କରି ଲମ୍ବା ଲାଇନରେ ରହେ ଏହି ଟ୍ରକ ଗୁଡ଼ିକ। ଯାହା ଫଳରେ ରାସ୍ତାରେ ସାଧାରଣ ଲୋକଙ୍କର ଯିବା ଆସିବାରେ ଅସୁବିଧା ହୁଏ । ଜେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବହନ ସଂସ୍ଥା ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ କିପରି ଧୃତରାଷ୍ଟ୍ର ସାଜିଛନ୍ତି ଏହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।  ଅନ୍ୟପଟରେ ଜଟଣୀର ହୀନ ରାଜନୀତି ଯୋଗୁଁ ଜଟଣୀର ଦୁଃଖ ଭୁତଳ ରାସ୍ତାରୁ ମୁକ୍ତି ପାଇଁ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କ  ଉଦ୍ଯମରେ ଏକ ଉଡ଼ନ୍ତା ପୋଲ ନିର୍ମାଣ କାର୍ଯ୍ୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଦେଖାଯାଉ ଜଟଣୀ ବାସୀଙ୍କ ଦୁଃଖ କେବେ ଦୁରହେଉଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୧୦/୨୦୨୨---- ୬,୨୦ Sakhigopal News,7/10/2022

Blog Archive

Popular Posts