ପାହାନ୍ତିଆ ରାତିରେ ପିଡ଼ିଏସ ଚୋରାଚାଲାଣ, ନିଦା ବିଷ୍ଣୁ ସାଜିଛି ଯୋଗାଣ ବିଭାଗ
ବଲାଙ୍ଗିର---- ବଲାଙ୍ଗିର,ସଇଁନ୍ତଲା ସରକାର ଗରିବ ତଥା ସମାଜର ନିମ୍ନ ବର୍ଗର ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ପିଡିଏସ ଚାଉଳର ବ୍ୟବସ୍ଥା କରିଛନ୍ତି । ହେଲେ କିଛି ଅସାଧୁ ସରକାରି ବାବୁ ଓ କିଛି ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହି ଯୋଜନା ର ବ୍ୟବସ୍ଥା ବାଟବଣା ହୋଇଥିବା ଜଣାପଡିଛି । ତେବେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭଦ୍ରା ପଞ୍ଚାୟତର ଖାସବାହାଲ ଗାଁରେ ବିନୋଦ ସାହୁ ନାମକ ଏକ ଅସାଧୁ ବ୍ୟବସାୟୀ ଅନେକ ଦିନ ହେବ ପଞ୍ଚାୟତ ତଥା ବିଭିନ୍ନ ଲୋକଙ୍କଠୁ ପିଡିଏସ ଚାଉଳ ସଂଗ୍ରହ କରି ଟିଟିଲାଗଡ଼ ଚୋରମରା ଗାଁର ରବି ରଣା ନାମକ ଅସାଧୁ ବ୍ୟବସାୟୀଙ୍କ ପାଖକୁ ରପ୍ତାନି କରୁଥିବା ନେଇ ସ୍ଥାନୀୟ ଲୋକେ ବହୁ ଦିନରୁ ନଜର ରଖି ଆସୁଥିଲେ। ତେବେ ଗତ ପାହାନ୍ତିଆରେ ସ୍ଥାନୀୟ ଲୋକେ ଖାସବାହାଲ ଗାଁରୁ ପିଡ଼ିଏସ ଚାଉଳ ବୋଝେଇ ପିକପ ଗାଡ଼ିରେ(ଓଡି ୦୩ ଏନ ୧୬୩୭) ଚୋରାଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ସ୍ଥାନୀୟ ଲୋକେ ଖବର ପାଇ ଜାତୀୟ ରାଜପଥ ୨୬ ଭଦ୍ରା ଛକରେ ୫୦ ପକେଟ ଚାଉଲ ସହ ପିକପକୁ ଅଟକ ରଖିଥିଲେ। ଗାଡି ଅଟକ ରଖି ପଚରାଉଚରା କରୁଥିବା ବେଳେ ଡ୍ରାଇଭରଙ୍କ ସମେତ ବ୍ୟବସାୟୀ ଗାଡ଼ି ସହ ଫେରାର ହେବାରେ ସଫଳ ହେଇଥିଲେ ।ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି। କାହା ଘରର ଓ କିଏ ଏହି ଚାଉଳ ର ମାଷ୍ଟରମାଇଣ୍ଡ ବ୍ୟବସାୟୀ ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ବାରମ୍ବାର ଏହି ଅଞ୍ଚଳରେ ବେଧଡ଼କ ଭାବେ ଚୋରା ଚାଲାଣ ହେଉଥିବା ବେଳେ ବ୍ଲକ ଓ ଜିଲ୍ଲା ଯୋଗାଣ ବିଭାଗ ଚୁପଚାପ ରହୁଛନ୍ତି। ଯାହାକୁ ନେଇ ଅନେକ ସନ୍ଧେହ ସୃଷ୍ଟି କରିଛି।କମ ଦରରେ ଲୋକଙ୍କ ଠାରୁ ଚାଉଳ ସଂଗ୍ରହ କରି ଉଚ୍ଚ ଦରରେ ମିଲରଙ୍କୁ ସେହି ଚାଉଳ ବିକ୍ରି ମଧ୍ୟ ହେଉଛି।ରାତି ଅଧିଆ ଏଭଳି ବେଆଇନ ଭାବେ ଅଞ୍ଚଳରେ ଚାଉଳ ଚୋରା ଚାଲାଣ କରାଯାଉଛି ହେଲେ ପ୍ରଶାସନ ଜାଣିକି ମଧ୍ୟ ଚୁପ କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ମଧ୍ୟ ହେଉଛି। ସୂଚନା ମତେ,ଖାସବାହାଲ ଗାଁରୁ ବିଜେପୁର ଅଞ୍ଚଳର ଅସାଧୁ ବ୍ୟବସାୟୀ ଙ୍କର ପାଖକୁ ପିଡିଏସ ଚାଉଳ ଯାଉ ଥିବା ନେଇ ଡ୍ରାଇଭର ଜଣକ ସ୍ୱୀକାର ମଧ୍ୟ କରିଥିବା ଭିଡିଓରେ କଏଦ ଅଛି ହେଳେ ଲୋକଙ୍କ ଭିଡ଼ କମ ଥିବା ଦେଖି ଜୋର ଜବରଦସ୍ତ ଗାଡିକୁ ନେଇ ଫେରାର ମଧ୍ୟ ମାରିଥିବା ଅଭିଯୋଗ ହୋଇଛି।ତେବେ ଏ ସଂପର୍କରେ ବ୍ଲକ ଯୋଗାଣ ଅଧିକାରିଙ୍କୁ ଯୋଗାଯୋଗ କରିଥିଲୁ ହେଲେ ଯୋଗାଯୋଗ ହୋଇପାରିନଥିଲା । ଏ ସଂପର୍କରେ ଜିଲ୍ଲା ଯୋଗାଣ ବିଭାଗ ଦୃଷ୍ଟି ଦେଇ ବ୍ୟବସାୟୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିହେଉଛ ।
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୨/୯/୨୦୨୨----୬,୫୫
Sakhigopal News,12/9/2022