Breaking News

ଅଳିଆ କୁ କେନ୍ଦ୍ରକରି ଆକ୍ରମଣ , ଯୁବକ ଗୁରୁତର



ଭଞ୍ଜନଗର -  ଅଳିଆ ବାହାର କରିବା ପାଇଁ କହିବାରୁ  ଯୁବକକୁ ମରଣାନ୍ତକ ଆକ୍ରମଣ । ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚନା ଯୋଗ୍ୟ ଯେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗିରିସୋଲା ଗାଁ ରେ ଘଟିଛି ଏଭଳି ଘଟଣା । ଆହତ ଜଣକ ହେଲେ ସେହି ଗାଁ ର କୁନା ପ୍ରଧାନ । କୁନା ଙ୍କ କହିବା ପ୍ରକାରେ , ଗାଁ ରେ ଥିବା ଅଙ୍ଗନବାଡି କେନ୍ଦ୍ର ଆଗରେ ଆବର୍ଜନା ହୋଇ ପଡ଼ିଥିଲା । ଏହାକୁ ସଫା କରିବା ପାଇଁ ସଂପୃକ୍ତ ଅଙ୍ଗନବାଡି କର୍ମୀ ଙ୍କୁ କହିଥିଲେ ।  ଏଥିରେ ଅଙ୍ଗନବାଡି କର୍ମୀ ଙ୍କ ସ୍ବାମୀ ଉତକ୍ଷିପ୍ତ ହୋଇ କୁନା ପ୍ରଧାନ ଙ୍କୁ ଆକ୍ରମଣ କରିଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ  ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ବେଲଗୁଣ୍ଠା ଥାନା ରେ କୈାଣସି ଲିଖିତ ଅଭିଯୋଗ ହୋଇନଥିବା ବେଲଗୁଣ୍ଠା ଥାନାଧିକାରୀ  ପ୍ରକାଶ ସାହୁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୯/୨୦୨୨---୬,୫୫   Sakhigopal News,12/9/2022

Blog Archive

Popular Posts