Breaking News

ବାଇକ୍ କାର ଧକ୍କାରେ ବାଇକ୍ ଚାଳକ ଗୁରୁତର : ଘଟଣାସ୍ଥଳରୁ କାର ଚମ୍ପଟ



ଭଞ୍ଜନଗର--ଭଞ୍ଜନଗର ଥାନା ଅନ୍ତର୍ଗତ ବେଢିଗୋବା ଗ୍ରାମ ନିକଟରେ ବାଇକକୁ କାର ଧକ୍କା ଦେବାରୁ ବାଇକ୍ ଚାଳକ ଗୁରୁତର । ବାଇକ୍ ଚାଳକ ହେଲେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ରହୁଥିବା କୃଷ୍ଣଚରଣ ନାୟକଙ୍କ ପୁଅ ଦିଲ୍ଲୀପ କୁମାର ନାୟକ । ଖବର ନେବାରେ ଦିଲ୍ଲୀପ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ ଠିକାଦାର ଭାବେ କାମ କରିଆସୁଥିଲେ ।ରବିବାର ସକାଳୁ ଭୁବନେଶ୍ୱରରୁ ନିଜ ବାଇକରେ ଫୁଲବାଣୀନିଜ ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ କାର ଦୁତଗତିରେ ଆସି ବାଇକ୍ କୁ ଧକ୍କା ଦେବା ଫଳରେ ଦିଲ୍ଲୀପ ଛିଟିକି ରାସ୍ତା ଉପରେ ପଡିଯାଇଥିଲେ । କାରଟି ଦୁଘର୍ଟଣା ଘଟାଇ   ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା  । ଗୁରୁତର ଦିଲ୍ଲୀପକୁ ସ୍ଥାନୀୟ ଲୋକେ ଉଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରିଥିଲେ ।ଏଠାରେ ଦିଲ୍ଲୀପର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୯/୨୦୨୨----୧୦,୩୦   Sakhigopal News,9/9/2022

Blog Archive

Popular Posts