ଜିଲ୍ଲାପାଳ ନୟାଗଡ଼ଙ୍କ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟ ଆଦେଶ ଅବମାନନା , କୈଫତ ତଲବ
ନୟାଗଡ଼---- ଭାରତୀୟ ବିକାଶ ପରିଷଦର ପୂର୍ବତନ ଖଣ୍ଡପଡ଼ା ବ୍ଲକ ସଭାପତି ତଥା ବର୍ତ୍ତମାନର ନୟାଗଡ ଜିଲ୍ଲାସମ୍ପାଦକ ଶ୍ରି ନିରଞ୍ଜନ ଦାସ । ମାନ୍ୟବର ଉଚ୍ଚନ୍ୟାୟାଳୟ ଓଡିଶା ଙ୍କ ଠାରେ ଏକ ରିଟ୍ ପିଟିସନ ନମ୍ବର wpc 20000/2021 ରେ ଅଭିଯୋଗ କରିଥିଲେ ।ଯେ ଆଜକୁ ଦୀର୍ଘ 6 ମାସରୁ ଉର୍ଦ୍ଧ ସମୟ ଧରି ଖଣ୍ଡପଡ଼ା, ଭାପୁର ଓ କଣ୍ଟିଲୋ ଇଲେକ୍ଟ୍ରିକାଲ୍ ସେକ୍ସନ୍ ତଥା ଖଣ୍ଡପଡ଼ା ଇଲେକ୍ଟ୍ରିକାଲ୍ ଉପଖଣ୍ଡ ଇଲାକାରେ ବେଆଇନ ଭାବେ ଦୈନିକ 10 ରୁ 12 ଘଣ୍ଟା ବିଜୁଳି କାଟ୍ କରାଯାଉଅଛି । କାରଣ ନୟାଗଡ଼ 33 kv ଲାଇନ୍ ରେ ନିର୍ଭର କରୁଅଛି । ନୟାଗଡ଼ ପାୱାର ଗ୍ରୀଡ ଠାରୁ 40 କିମି ଦୂରତା ତେଣୁ ଓଡିଶା ପାୱାର ଟ୍ରାନ୍ସମିଟର କମ୍ପାନୀ ଲିମିଟେଡ ର ଚିଫ ଇଞ୍ଜିନିୟରିଂ 2018 ମସିହାରେ ଖଣ୍ଡପଡ଼ା ଠାରେ 220/33 kv line grid ସବ ଷ୍ଟେସନ ସ୍ଥାପନା ପାଇଁ ଜିଲ୍ଲାପାଳ ନୟାଗଡ଼ କୁ 15 ଏକର ଜମି ଯୋଗାଇ ଦେବାକୁ ନିବେଦନ କରିଥିଲେ । ଖଣ୍ଡପଡ଼ା ଅଞ୍ଚଳର ଲୋକମାନେ ଆପତ୍ତି ଅଭିଯୋଗ କରିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି କିମ୍ବା ଫୋନ୍ କରିଲେ ମଧ୍ୟ ଖଣ୍ଡପଡା ଜୁନିୟର ଇଞ୍ଜିନିୟର ଇଲେକ୍ଟ୍ରିକାଲ୍ ଖଣ୍ଡପଡା ,କଣ୍ଟିଲୋଓ ଗଣିଆ ଫୋନ ଗ୍ରହଣ କରୁନାହାନ୍ତି । ଯାହାଫଳରେ ଅଞ୍ଚଳର ଲୋକମାନେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ମୁଖ୍ୟ କାରଣ ଲୋ ଭୋଲ୍ଟେଜ ତେଣୁ ବିଦ୍ୟୁତ୍ ବିଭାଗ ଖଣ୍ଡପଡ଼ା ଠାରେ ଏକ 220/33KV GRID ସବ୍ ଷ୍ଟେସନ୍ ବସାଇବା ପାଇଁ ପାଇଁ ଓଡିଶା ପାୱାର ଟ୍ରାନସ ମିସନ ଲିମିଟେଡ, ତରଫରୁ ଚିଠି NO 607 ତା 02.05.2018 ଏବଂ ପତ୍ର ସଂଖ୍ୟା 1159 ତା 10.09.2018 ରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ନୟାଗଡ଼ ଙ୍କୁ 220 /33kv GRID ସବ୍ ଷ୍ଟେସନ ପ୍ରତିଷ୍ଠା ପାଇଁ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଯେକୌଣସି ସ୍ଥାନରେ ଏ 15.000 dcm ଜମି ଅଧିଗ୍ରହଣ କରି ବିଦ୍ୟୁତ୍ ବିଭାଗ କୁ ଦେବା ପାଇଁ ଡେପୁଟି ଜେନେରାଲ ମ୍ୟାନେଜର OPTCL ଅନୁରୋଧ କରିଥିଲେ। ତହସିଲଦାର ଖଣ୍ଡପଡା ତାଙ୍କ ପତ୍ର ସଂଖ୍ୟା 4213 ତା 15.10. 18 ରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ କୁ କଇଥ ପଲ୍ଲି ମୌଜା ଅନ୍ତର୍ଗତ ଖାତା ନୋ 347 ପ୍ଲଟ ନୋ 39 ରେ ଥିବା ସରକାରୀ ଜମି ମୋଟ ଏରିଆ ଏକର୍ 25. 06 dcm ମଧ୍ୟରୁ ଏରିଆ ଏକର୍ 15.000 ପ୍ରସ୍ତାବ ପଠାଇଥିଲେ । ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ନୟାଗଡ଼ ଆଜି ପର୍ଯ୍ୟନ୍ତ ତହସିଲଦାର ପଠାଇଥିବା ପ୍ରସ୍ତାବ କୁ ଅନୁମୋଦନ କରିନଥିଲେ। ଯାହାଫଳରେ ଗ୍ରୀଡ ଷ୍ଟେସନ୍ ସ୍ଥାପନା ହୋଇପାରୁନାହିଁ।ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ କର୍ତ୍ତବ୍ୟ ଅବହେଳା ଯୋଗୁଁ ଗ୍ରାମାଞ୍ଚଳରେ ଅଞ୍ଚଳରେ ଥିବା ଅଶିକ୍ଷିତ, ଆଦିବାସୀ, ହରିଜନ, ଗରିବ, ଖଣ୍ଡପଡା, ଗଣିଆ ଓ ଭାପୁର ରେ 3 ବର୍ଷ ହେଲା ହଇରାଣ ହେଉଛନ୍ତି । ଭାରତୀୟ ବିକାଶ ପରିଷଦ ଖଣ୍ଡପଡ଼ା ବ୍ଲକ ଶାଖା ତରଫରୁ ଫେବ୍ରୁୟାରୀ 2021 ଠାରୁ ଆଜି ପର୍ଯ୍ୟନ୍ତ 3 ଗୋଟି ପତ୍ର ପ୍ରମୂଖ ଶାସନ୍ ସଚିବ, ବିଦ୍ୟୁତ୍ ବିଭାଗ, ସିଇଓ optcl ଓଡିଶା, ମାନ୍ୟବର ମନ୍ତ୍ରୀ ବିଦ୍ୟୁତ୍ ବିଭାଗ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ନୟାଗଡ଼, ଏକଜିକ୍ୟୁଟିଭ ଇଂଜନିୟର ବିଦ୍ୟୁତ୍, ନୟାଗଡ଼ ଙ୍କୁ ଲିଖିତ ଆକାରରେ ଜାଣଇ ଥିଲେ ମଧ୍ୟ କେହି ଶୁଣିନାହାନ୍ତି। କାରଣ ଦୀର୍ଘ 8 ବର୍ଷ ରୁ ଉର୍ଦ୍ଧ ହେଲା ସମ୍ପୃକ୍ତ ଇଲେକ୍ଟ୍ରିକାଲ୍ଜୁ ଜୁନିୟର ଇଞ୍ଜିନିୟର ଇଲେକ୍ଟ୍ରିକାଲ୍, ମାନେ ଗୋଟିଏ ଷ୍ଟେସନରେ ଚାକିରି କରି ଲୋକଙ୍କ କଥା ଶୁଣୁନାହାନ୍ତି କିମ୍ବା ଦୈନିକ କାର୍ଯ୍ୟକୁ ନ ଆସି ସପ୍ତାହରେ କେବଳ ଦିନେ ଅତିବେଶିରେ ଦୁଇଦିନ ଆସି ତୁରନ୍ତ ଫେରି ଯାଉଛନ୍ତି ବୋଲି ଲୋକମାନେ କହନ୍ତି। ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁଯାୟୀ କୌଣସି ସରକାରୀ ଅଧିକାରୀ ମାନେ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ କିନ୍ତୁ ଇଲେକ୍ଟ୍ରିକାଲ୍ je କଣ୍ଟିଲୋ electrical, ଖଣ୍ଡପଡା ଓ ଗଣିଆ ଭାପୁର 8 ବର୍ଷ ରୁ ଅଧିକ ରହି ବହୁ ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ତେଣୁ ଏମାନଙ୍କୁ ମଧ୍ୟ ବଦଳି ପାଇଁ ଅଭିଯୋଗ କରିଆସିଛି ଭାରତୀୟ ବିକାଶ ପରିଷଦ ଖଣ୍ଡପଡ଼ା । ତେଣୁ ଭାରତୀୟ ବିକାଶ ପରିଷଦ ଖଣ୍ଡପଡା ଅଞ୍ଚଳର ସ୍ଵେଚ୍ଛାସେବୀ ମାନେ ଗତ ତା 22.06.21 ରୁ ଦିର୍ଘ 28 ଦିନ ହେଲା SDO ଇଲେକ୍ଟ୍ରିକାଲ୍ OFFICE ସମ୍ମୁଖରେ ଗଣ ଧାରଣା ରତ ଥିଲେ ମଧ୍ୟ କେହି କର୍ଣ୍ଣ ପାତ ନ କରିବାରୁ ମାମଲା ରୁଜୁ କରିବା ପାଇଁ ବାଧ୍ୟ ହୋଇଛି। ଖଣ୍ଡପଡା ଠାରେ 220/33KV GRID ସବ୍ ଷ୍ଟେସନ ପ୍ରତିଷ୍ଠା, ବେନିୟମ ଦୈନିକ 10 - 12 ଘଣ୍ଟା ବିଦ୍ୟୁତ୍ କାଟ ବନ୍ଦ କରିବା. SDO ଇଲେକ୍ଟ୍ରିକାଲ୍ ଖଣ୍ଡପଡା ଜୁନିଅର ଇଞ୍ଜିନିୟରିଂ ଇଲେକ୍ଟ୍ରି କରିବା ପାଇଁ ତା 14.07.21 ରେ ପିଟିସନ ଦାୟର କରି ଥିଲେ । ଉକ୍ତ ମାମଲା କୁ ମାନ୍ୟବର justice K R MAHAPATRA ତା 27.o7.21 ରେ ଶୁଣାଣି କରି ସରକାର କୁ କୈଫିୟତ୍ ତଲବ କରିଥିଲେ । ଏବଂ ଉକ୍ତ ମାମଲାକୁ ଶୁଣାଣି ପାଇଁ ତା 10.08.21 ସ୍ଥିର କରାଯାଇଥିଲା । ଉକ୍ତଦିନ ଶୁଣାଣିରେ ସରକାରୀ ଓକିଲ ରାଜ୍ୟ ସରକାରଙ୍କ ତରଫରୁ ଲିଖିତ ବିବୃତି ଆସିନାହିଁ ତେଣୁ ପୁନଶ୍ଚ ଶୁଣାଣି ପାଇଁ ସମୟ ମାଗୁଥିଲେ ମାନ୍ୟବର justice ତା 27.08.21 ଶେଷ ତାରିଖ ସ୍ଥିର କରିଥିଲେ । ତା 27.08.21 ରେ ମାନ୍ୟବର justice case ଶୁଣାଣି କରି ଆଦେଶ ପ୍ରଦାନ କରିଛନ୍ତି ଯେ ଅର୍ଡର ପ୍ରାପ୍ତିର ଦୁଇ ସପ୍ତାହ ମଧ୍ୟରେ ପିଟିସନର ଉଚ୍ଚନ୍ୟାୟାଳୟର ଆଦେଶ ର ଅବିକଳ ନକଲ ସହିତ ଜୁନ ମାସରେ ପ୍ରଦାନ କରିଥିବା ଦରଖାସ୍ତ ଜିଲାପାଳ ନୟାଗଡ଼ ଙ୍କୁ ପ୍ରଦାନ କରିବାରେ ଦୁଇ ମାସ ମଧ୍ୟରେ ଜିଲ୍ଲାପାଳ ନୟାଗଡ଼ OPTC । ଡେପୁଟି ଜେନେରାଲ ମ୍ୟାନେଜର ଙ୍କୁ ଆବଶ୍ୟକତା ଏକର 15.000 ଜମି 220/33 kv line grid sub station ପ୍ରତିଷ୍ଠା ପାଇଁ ଜମି ପ୍ରଦାନ ପାଇଁ ଆଦେଶ ପ୍ରଦାନ କରିଥିଲେ ।
ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଜମିହସ୍ତାନ୍ତରିତ ନକରିବାରୁ ପୋମା ଟୁଡୁ IAS ଜିଲ୍ଲାପାଳ ନୟାଗଡ଼ଙ୍କ ବିରୁଦ୍ଧରେ ହାଇ କୋର୍ଟ ଆଦେଶ ଅବମାନନା କେସ ରୁଜୁ ତା 15.11.2021 ରେ CONTC ନମ୍ବର 6859/ 21 ରେ କରାଯାଇଥିଲା ।ଉକ୍ତ କେସ କୁ ତ 28.09.22 ରେ ମାନ୍ୟବର ଜଷ୍ଟିସ
K R MAHAPATRA ଶୁଣାଣି କରି ସରକାରୀ ଓକିଲ ଶ୍ରୀ ମିଶ୍ର ଙ୍କ ଜରିଆରେ ମାସିକିଆ ନିର୍ଦେଶ ଜାରିକରିଛନ୍ତି । ମାସକ ମଧ୍ୟରେ ଲିଖିତ ଉତ୍ତର smt ପୁମା ଟୁଡୁ ଜିଲ୍ଲାପାଳ ନୟାଗଡ଼ ସରକାରୀ ଓକିଲାଙ୍କ ଜରିଆରେ ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି । ପୁନଶ୍ଚ ଆସନ୍ତା ତ 27.10.22 ରେ ଶୁଣାଣିପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
ଉକ୍ତ ମକଦ୍ଦମା କୁ ଆଇନଜିବି ସରୋଜ କୁମାର ପାଢୀ ପରିଚାଳନା କରୁଛନ୍ତି । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧/୧୦/୨୦୨୨----୫,୪୦ Sakhigopal News,1/10/2022