ମହାତ୍ମାଗାନ୍ଧୀ ଙ୍କ ପବିତ୍ର ଜୟନ୍ତୀ ରେ ତାଙ୍କ ଅତି ପ୍ରିୟ ସୂତା କଟା ଅରଟକୁ ମନେ ପକାଇଲା ଡ଼. ଆର ସି ସାମନ୍ତ ରାୟ କଲେଜ
ନୟାଗଡ଼--- ଗାନ୍ଧିଜୟନ୍ତି ଆନୁକୂଲ୍ୟରେ ଡ଼ ଆର ସି ସାମନ୍ତ ରାୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ମଳୟ କୁମାର ପଣ୍ଡା ତାଙ୍କର ଅଧ୍ୟାପକ ଓ ସହକର୍ମୀ ମାନଙ୍କୁ ନେଇ ଗଣିଆ ସ୍ଥିତ ଗାନ୍ଧି ଛକଠାରେ ପହଞ୍ଚି ଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପ୍ରଣତି ଘେନି ମହାତ୍ମାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଅଧ୍ୟକ୍ଷ ଡ଼ ମଳୟ କୁମାର ପଣ୍ଡା ଉପସ୍ଥିତ ଜନସାଧାରଣଙ୍କୁ ମହାତ୍ମା ଙ୍କ ଆଦର୍ଶ ଓ ଶାନ୍ତି ବାର୍ତ୍ତା ପ୍ରଦାନ କରିଥିଲେ। ପରେ ପରେ ମହାବିଦ୍ୟାଳୟରେ ଏକ ଶାନ୍ତି ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅଧ୍ୟକ୍ଷ ଡ଼ ପଣ୍ଡା ଗାନ୍ଧିଜୀ ଙ୍କ ସ୍ମୃତି କୁ ମନେ ପକାଇବା ପାଇଁ ଏକ ଅରଟିକୁ ପୁଷ୍ପମାଳ ଦେଇ ପୂଜା କରିଥିଲେ । ଏବଂ ଗାନ୍ଧୀଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ସହକର୍ମୀ ଙ୍କୁ ମହାତ୍ମା ଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବା ପାଇଁ ଆହ୍ୱାନ କରିଥିଲେ ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩/୧୦/୨୦୨୨----୫,୪୦ Sakhigopal News,3/10/2022