ରଣ ଖଡୁରା" ଜୀବନ ଉପରେ ପୁସ୍ତକ ଉନ୍ମୋଚିତ
ବରଗଡ଼-- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମବାସୀଙ୍କ ତରଫରୁ ଆୟୋଜିତ ହୋଇଥିଲା ରେମଣ୍ଡା ଗ୍ରାମ ର କିମ୍ବଦନ୍ତୀ ପୁରୁଷ ପହେଲମାନ "ରଣ ଖଡୁରା" ଜୀବନ ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏଥିରେ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ପହଞ୍ଚିବା ପରେ ରେମଣ୍ଡା ଗ୍ରାମବାସୀ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ପ୍ରଥମେ ଜିଲ୍ଲାପାଳଙ୍କ ଦ୍ବାରା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵର୍ଗତ ମଂଗଳୁ ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ଏହାପରେ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ରେ ଥିବା ଜଳନ୍ଧର ମଣ୍ଡପ ଠାରେ ପୁସ୍ତକ ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ଅତିଥି ସ୍ଵାଗତ ଓ ପରିଚୟ ପ୍ରଦାନ କରିଥିଲେ ପର୍ଶୁରାମ ପାତ୍ର। ଏଥିରେ ସଭାପତିତ୍ବ କରିଥିଲେ ରେମଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଝସକେତନ ପ୍ରଧାନ। ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗ ଦେଇଥିଲେ ।ସମ୍ମାନୀତ ଅତିଥି ଭାବେ ପୁସ୍ତକ ର ଲେଖିକା ମନ୍ଦାକିନୀ ଶତପଥୀ, ପ୍ରକାଶକ ପୂର୍ବତନ ପ୍ରଫେସର ଟହଲୁ ସାହୁ, ରଣ ଖଡୁରା ବଂଶଜ ଅବସରପ୍ରାପ୍ତ ଶିକ୍ଷକ ବାହାଦୁର ପାତ୍ର, ଗ୍ରାମ୍ୟ କମିଟିର ସଦସ୍ୟ ଗୋପାଳ ସେଠ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତି ଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ କୈଳାସ ପାତ୍ର ଓ ଗୌତମ ପାତ୍ର। ଅତିଥି ମାନେ ରଣଖଡୁରା ଙ୍କ ନିଜସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟ ସରକାରୀ ଉଚ୍ଚ ବିଦ୍ୟାଳୟ ୫ଟି ଅନ୍ତର୍ଗତ ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ସୁବିଧା ଓ ଅସୁବିଧା ବିଷୟରେ ବୁଝିଥିଲେ। ପରେ ରଣଖଡୁରା କଂ ଜୀବନୀ ର ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ସମୟରେ ରଣଖଡୁରା ଙ୍କ ବଂଶଜ ମାନେ କୁସ୍ତିକସରତ ଦେଖାଇ ଥିଲେ। ଗିରିଧାରୀ ପାତ୍ର, ପ୍ରଫୁଲ୍ଲ ପାତ୍ର ସିତାରାମ ପାତ୍ର ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି ସମୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ। ପରିଶେଷରେ ଇଂଜିନିୟର ଆଲୋକ ଶତପଥୀ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୯/୨୦୨୨---୭,୪୦ Sakhigopal News,12/9/2022