ଓସ୍ତିଆ ସେବା ସମବାୟ ସମିତିରେ ମହା ଦୁର୍ନୀତିର ବାସ୍ନା ବାହାରିଛି
କଟକ---- ୨୦୧୪ ମସିହା ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଓସ୍ତିଆ ସେବା ସମବାୟ ସମିତିରେ ମହା ଘୋଟଲା ହୋଇଥିବାର ଅଭିଯୋଗ ହେଉଛି । ଏହି ସମୟରେ ଉକ୍ତ ସମିତିର ପୂର୍ବତନ ବୋର୍ଡ଼ର ମେମ୍ବର ମାନେ ଜମି ନଥାଇ ଭୁଲେଖ ତଥ୍ୟ ଅନୁସାରେ କିଛି ନିର୍ଦିଷ୍ଟ ବ୍ୟକ୍ତିଙ୍କ ନାମରେ ଜମିବାଡ଼ି ନଥାଇ ତାଙ୍କ ପରିବାର ଲୋକଙ୍କ ନାମରେ ଋଣ ଆତ୍ମସାର୍ତ୍ତ କରିଛନ୍ତି । ଏହି ଘୋଟଲାର ସେ ଥିଲେ ମୂଳ ସୂତ୍ରଧର । ତାଙ୍କ ସହିତ ସମ୍ପୃକ୍ତ ଅଛନ୍ତି ସମିତିର ସମ୍ପାଦକ । ସେବା ନାରେ ନେବା ନ୍ଯାୟରେ ସଭାପତି ଓ ସମ୍ପାଦକ ମିଳିତ ଭାବେ କରିଛନ୍ତି ମହା ଦୁର୍ନୀତି । ଏଥିରେ ସହଯୋଗ କରିଛନ୍ତି ଖୋଦ ସମ୍ପାଦକ ଓ ଶାଖା ପରିଚାଳକ । ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ପଦାକୁ ଆସିବ ସବୁ ଗୁମର । ନଚେତ ଆଗକୁ ବଡ ଧରଣର ଜନଆନ୍ଦୋଳନ ହେବାର ସମ୍ଭାବନାକୁ ଏଡାଇ ହେବନାହିଁ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ନିୟୁଜ ସାକ୍ଷୀଗୋପାଳ,୧୨/୯/୨୦୨୨--୯,୧୦ Sakhigopal News,12/9/2022