Breaking News

ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସ୍ମୃତି ରକ୍ଷା ପାଇଁ ସତ୍ୟବାଦୀରେ ବୃକ୍ଷ ରୋପଣ


 ସାକ୍ଷୀଗୋପାଳ------   ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବକୁଳବନ ମହୋତ୍ସବ କମିଟି ପକ୍ଷରୁ ସ୍ୱର୍ଗତ  ବିଧାୟକ ପ୍ରଦୀପ ମହାରଥୀଙ୍କ ଏକ ସ୍ମୃତି  ଚାରଣ ସଭା ସହ ତାଙ୍କ ସ୍ମୃତିିକୁ ସାଇତି ରଖିବା ପାଇଁ  ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ୱାରା ଦଶଟି ଗୁଆ ଗଛ ରୋପଣ କରାଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅ୍ମକ୍ଷା ସସ୍ମିତା ପ୍ରଧାନ ଯୋଗଦେଇ କହିଥିଲେ ସ୍ୱର୍ଗତ ଶ୍ରୀ ମହାରଥୀଙ୍କ ବିୟୋଗରେ ବିଜେଡି ଦଳରେ ଯେଉଁ କ୍ଷତି ହୋଇଛି ତାହା ପୂରଣ ହୋଇ ପାରିବ ନାହିଁ । ସେ  ନିଜର ଆଖି ଚାହାଣି ଓ ପାଟି ପାଇଁ,ବେଶ ପରିଚିତଥିଲେ । ବିଶେଷ କରି ପୁରୀ ଜିଲ୍ଲାରେ ଜଣେ ସଚ୍ଚୋଟ ବିଧାୟକ ହରାଇଛି  । ହକ ପାଇଁ କେବେ ସେ କାହା ସହିତ ସାଲିସ କରି ନାହାନ୍ତି ବୋଲି ଅ୍ମକ୍ଷା ଶ୍ରୀମତି ପ୍ରଧାନ କରିଥିଲେ । ସମାଜସେବୀ ତଥା ବକୁଳବନ ମହୋତ୍ସବ କମିଟିର ଉପସଭାପତି ସାଧୁ ଚରଣ ବେହେରା ସଭାରେ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସ୍ମୃତିି ଚାରଣ ସଭା ଆଗରୁ ଦୁଇ ମିନଟ ନୀରବ ପ୍ରାର୍ଥନା କରିବା ସହ ସ୍ୱର୍ଗତ ଶ୍ରୀ ମହାରଥୀଙ୍କ ‘ଟୋଚିତ୍ରରେ ପୁଷମାଲ୍ୟ ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ ପ୍ରଦାନ କରିଥିଲେ  । ଅନ୍ୟତମ ଅତିଥି ଭାବେ ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରା, କାଦୁଆ ସମିତିସଭ୍ୟ ବିନତୀ ପରିଡା ଓ ବକୁଳବନ ମହୋତ୍ସବ କମିଟର ଉପଦେଷ୍ଠା ତଥା କବି, ଲେଖକ, ସମାଜସେବୀ ଶଚିକାନ୍ତ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତ ଶ୍ରୀ ମହାରଥୀଙ୍କ ସ୍ମୃତିି ଚାରଣ କରିବା ସହ ଶ୍ରୀ ମହାରଥୀ ଅମର ରହେ ବୋଲି ସ୍ଳେଗାନ ଦେଇଥିଲେ  । ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ ସତ୍ୟବାଦୀ ଦାଶ । ଅନ୍ୟ ମାନଙ୍କ ମ୍ମରେ ଦିପା ବେହେରା, ଭବାନୀ ସୁନ୍ଦରାୟ, ଯଶ୍ୱନୀ ବେହେରା, ନିଲିମା ରଥ, କାଦମ୍ବନି ରାଉତ, ଶଙ୍କର ପ୍ରଧାନ, ନିରୁ ବେହେରା, ସୁବାଷ ପ୍ରଧାନ, ଦେବୀ ପ୍ରସାଦ ଘଟୁଆରୀ, ଅଜୟ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର ଶତପଥୀ, ଲିଙ୍ଗରାଜ ବର ପ୍ରମୁଖ ଯୋଗଦେଇଥିଲେ । ବକୁଳବନ ମହୋତ୍ସ କମିଟର ସମ୍ପାଦକ ଯଯାତି କେଶରୀ ରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts