Breaking News

ଅମ୍ଫାନ ବାତ୍ୟା ଚାଲି ଗଲା ଚାଷୀ ପରିବାରକୁ ଦେଇଗଲା ଦୁଖଃ

ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକରେ ବିଶେଷ କ୍ଷତି କରି ନାହିଁ ଅମ୍ଫାନ ମାତ୍ର ଗଲା ବେଳେ ଦେଇଗଲା ଚାଷୀ ପରିବାରଙ୍କୁ ଦୁଖଃ । କିଛି ସମୟ ପାଇଁ ଅମ୍ଫାନ କୋପରେ ବର୍ଷିଥିଲା ବର୍ଷା ଓ ପବନ । ଚାଷୀ  ବିଲରେ କରିଥିବା ବାଇଗଣ, କଲରା, ଜହ୍ନି,ଭେଣ୍ଡି, ପୋଟଳ, ଝୁଡୁଙ୍ଗ ଓ କାକୁଡି କିଆରିରେ ଲହଡି ମାରୁଛି ବର୍ଷା ପାଣି ।  କଲରା , ଝୁଡୁଙ୍ଗ , କାକୁଡି, ଓ ରଞ୍ଜାଦିଆ ପୋଟଳ ଗୁଡିକ ପବନରେ ସବୁ ଓପାଡି ଭାଙ୍ଗିରୁଜି ଦେଇଛି । ଯେଉଁ କିଛି ସମୟ ପାଇଁ ପବନ ହୋଇଛି ସେଥିରେ କଦଳୀ ଗଛ , ସଜନା ଓ ଅମୃତ ଭଣ୍ଡା ଗଛ ଗୁଡିକ ସବୁ ଭାଙ୍ଗିରୁଜି ଯାଇଛି । କାଁଁ ଭାଁ କେତଟି ଗ୍ରାମରେ କଚା ଘର ଆଶିଂକ ଉଡାଇ ଦେଇଥିବା ଜଣାପଡିଛି । ବିଶେଷ କରି ଲୋକମାନେ କହୁଛନ୍ତି କରୋନା ଠାରୁ ଆହୁରି ଦୁଖଃ ଦେଲା ଅମ୍ଫାନ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts