ବେଗୁନିଆର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ଥାନାରେ ଅଭିଯୋଗ
ବେଗୁନିଆ ----- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଗ୍ରାମରେ ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଛନ୍ତି । ୪ ଜଣ ଯୁବକ ମଦ୍ୟପାନ କରି ହାତରେ ଖଣ୍ଡା, ଛୁରୀ ଓ ଠେଙ୍ଗା ଧରି
ଜୀବନରେ ମାରିଦେବାକୁ ଧମକ ଦେବା ସହ ମରଣାନ୍ତ ଆକ୍ରମଣ କରିଥିଲେ । ସୁନା ଜିନିଷ ଛଡାଇ ନେଇଥିବାର ବାଘମାରୀ ଥାନାରେ ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗରୁ ପ୍ରକାଶ ଯେ ସନ୍ଧ୍ୟାରେ ସାରୁଅ ବଜାରସ୍ଥିତ ନିଜର କାର୍ଯ୍ୟାଳୟରେ ବସିଥିବା ବେଳେ ସେହି ଗ୍ରାମର ଦିଲ୍ଲୀପ ମହାଭୋଇ, ମଥୁରା ମହାଭୋଇ ଓ ଟୁନିଆ ମହାଭୋଇଏକ ଓଡ଼ି ୦୨ଇ୩୧୬୬ ନମ୍ବର ବିଶିଷ୍ଟ ଫରଚ୍ୟୁନର ଗାଡି ଯୋଗେ ଆସିବା ସହ ମଦ୍ୟପାନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।
ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁଚି ଶ୍ରୀ ସାହୁଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ କରିବା ସହ ମଥୁରା ମହାଭୋଇ ଓ ଦିଲ୍ଲୀପ ମହାଭୋଇଙ୍କୁ ଗିରଫ କରିଥିବାର ଜଣାପଡ଼ିଛି । ସେହିପରି ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମ୍ପର୍କୀୟ ନାଲୁ ବାବୁ ସାରୁଅ ଇଣ୍ଡଷ୍ଟ୍ରିଆଲରେ ଏକ ଫାର୍ମ ହାଉସ କରିଥିବା ବେଳେ ଦିଲୀପ,ମଥୁରା ଓ ଟୁନିଆ ମହାଭୋଇ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିବାକୁ ଯାଇଥିଲେ । ଏଥିରେ ବିଧାୟକଙ୍କ ସମ୍ପର୍କୀୟ ଚାନ୍ଦା ଦେବାକୁ ମନା କରିବାରୁ ଜୋର ଜବରଦସ୍ତ କରି ଦୁଇଲକ୍ଷ ଟଙ୍କା ନେଇଯାଇଥିବାର ଜଣାପଡିଛି । ଏଥିରେ ସେ ବାଧା ଦେବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାରୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ବାଘମାରୀ ଥାନାରେ ଦୁଇଟି ଅଭିଯୋଗ ହୋଇଥିବାର ଜଣା ପଡ଼ିଛି ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା।