ଡେଲାଙ୍ଗ ମେଲଣ ପଡିଆରେ ନୂତନ ରାଜସ୍ୱ କାର୍ଯ୍ୟାଳୟ ଗୃହ ଉଦଘାଟନ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତ ଓ ସୁଜନପୁର ଗ୍ରାମ ପଞ୍ଚାୟତର ରାଜସ୍ୱ ଗ୍ରାମକୁ ନେଇ ଏକ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ । ଦୀର୍ଘଦିନ ହେବ ଏହା ଭାଙ୍ଗି ଯିବାରୁ ଅସ୍ଥାୟୀ ଭାବେ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲା । ସେହି ପରିସରରେ ନୁତନ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସଠିକ ସମୟରେ ଶେଷ ହେବା ସହ ବୁଧବାର ଦିନ ଏହି କାର୍ଯ୍ୟାଳୟକୁ ତହସିଲଦାର ରାଜେନ୍ଦ୍ର ଆଚାରିଆ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତ ସରପଞ୍ଚ ରମାଦେବୀ ରାଉତରାୟ, ମୁନିନ୍ଦା ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ, ସୁଜନପୁର ସରପଞ୍ଚଙ୍କ ପ୍ରତିନିଧି ସଂଞ୍ଜୟ ରାଉତରାୟଙ୍କ ଉପସ୍ଥିତିରେ କାର୍ଯର୍୍ୟାଳୟ ଉଦଘାଟନ ହୋଇାଯାଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି