Breaking News

ଦୃର୍ଘଟଣା ଗ୍ରସ୍ତ ସାମ୍ବାଦିକଙ୍କୁ ଆର୍ଥିକ ସହାୟତା କଲେ ୩ ମହିଳା ପୋଲିସ


ବରୀ - ପଦପଦବି ଅପେକ୍ଷା ମଣିଷ ପଣିଆ ଓ ମାନବିକତା ସବୁବେଳେ ଉର୍ଦ୍ଧରେ ଥାଏ । ବିପଦ ଆପଦ ସମୟରେ ଅର୍ଥ  ହେଉଛି ସବସ୍ୱ । ବିପଦରେ ପଡିଥିବା  ଲୋକଙ୍କୁ  ସହାୟତା କରିବା ବ୍ୟକ୍ତି ହେଉଛି ପ୍ରକୃତ ବନ୍ଧୁ ।  ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି  ଯାଜପୁର ଜିଲ୍ଲା ବରୀ -ରାମଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ୩ ଜଣ ମହିଳା ପୋଲିସ କର୍ମଚାରୀ ବିଜୟଲକ୍ଷ୍ମୀ ସାହୁ,ଦମୟନ୍ତୀ ସେଠୀ,ଯସ୍ମିତା ସାମଲ । ଯାଜପୁର ଜିଲ୍ଲାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ସମର ବିଜୟ ଶରଣ କିଛି ଦିନ ତଳେ  ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଧିନ ହେଉ ଥିବାର ଖବର ପାଇ ୩ ମହିଳା ପୋଲିସ କର୍ମଚାରୀ ନିଜ ବେତନରୁ ୧୫୦୦ ଟଙ୍କା ଆର୍ôଥକ ସହାୟତା କରିଥିବା ଜଣାପଡିଛି ।  ତାଙ୍କର ଏପରି ମହତ୍ୱ କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।
ଯାଜପୁର ବରୀରୁ ଦର୍ଶନ ବେହେରା

Blog Archive

Popular Posts