Breaking News

ବାତ୍ୟା ବିଷୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହିତ ବିଶ୍ୱରଞ୍ଜନଙ୍କ ଭିଡିଓ ବାର୍ତାଳାପ

 ବରୀ: ସାମୁଦ୍ରିକ ଝଡ  ବାତ୍ୟା ଅମ୍ଫାନ ରାଜ୍ୟକୁ ଛୁଇ ବିଭିନ୍ନ ଜିଲ୍ଲାରେ କ୍ଷୟକ୍ଷତି କରିବା ସହିତ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । ବାତ୍ୟା ଅମ୍ଫାନ ପ୍ରଭାବରେ ଯାଜପୁର ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ତୁହାକୁ ତୁହା ପବନ ବହିବା ଫଳରେ ଗଛ ଭାଙ୍ଗିବା ସହିତ ବହୁ ଚାଳଘର ମଧ୍ୟ ଭାଙ୍ଗିଥିବା ଖବର ମିଳିଛି । ଏହି ବାତ୍ୟାରେ ବରୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ କ୍ଷୟକ୍ଷତି ହୋଇଛି । ବହୁ ସ୍ଥାନରେ ଚାଳଛପର ଘର କ୍ଷତିଗ୍ରସ୍ତ ମଧ୍ୟ ହୋଇଛି ।  ବରୀ ନିର୍ବାଚନ ମଣ୍ଡଳୀ ଭାଜପା ନେତା ବିଶ୍ୱରଞ୍ଜନ ମଲ୍ଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଭିଡିଓ ମାଧ୍ୟମରେ ବାର୍ତାଳାପ କରି ବରୀ ନିର୍ବାଚନ ମଣ୍ଡଳୀ ଓ ଯାଜପୁର ଜିଲ୍ଲାର କ୍ଷୟକ୍ଷତି ବିଷୟରେ ଅବଗତ କରାଇଛନ୍ତି ।  ଯାଜପୁର ଜିଲ୍ଲାକୁ ଗୁରୁତ୍ୱ ଦେଇ ବାତ୍ୟା ସହାୟତା ଦେବାକୁ ନିବେଦନ କରିଛନ୍ତି । ଏହା ଦ୍ୱାରା ବହୁ ଗରିବ ପରିବାର ଉପକୃତ ହୋଇ ପାରିବେ ବୋଲି ମଧ୍ୟ ମତ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱରଞ୍ଜନଙ୍କ ଠାରୁ ସବୁ ବିଷୟରେ ଶୁଣି କ୍ଷୟକ୍ଷତି ଆକଳନ ପରେ ଯାଜପୁର ଜିଲ୍ଲାକୁ ପ୍ରାଧାନ୍ୟ ଦେଇ ସହାୟତା ଦେବାକୁ ପ୍ରତିଶୃତି ଦେଇଥିବା ବିଶ୍ୱରଞ୍ଜନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଯାଜପୁର ବରୀରୁ ଦର୍ଶନ ବେହେରା

Blog Archive

Popular Posts