Breaking News

ଗ୍ରାମବାସୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେଇ ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା


କୁରାଳ/ଓଡ଼ଗାଁ - ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମପଞ୍ଚାୟତ  ଗତ ଦୁଇ ଦିନ ଧରି ଦୁଇଟି ସଙ୍ଗରୋଧ ଗୃହରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ  ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।
ଗ୍ରାମବାସୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେଇ ସରପଞ୍ଚ ଝିଲି ପ୍ରଧାନ ପ୍ରୟୋଗ କରିଛନ୍ତି ଜିଲ୍ଲାପାଳ କ୍ଷମତା ।ଗ୍ରାମପଞ୍ଚାୟତର ସମସ୍ତ ପଲ୍ଲୀ ଗ୍ରାମ ସହିତ ସଂପୂର୍ଣ୍ଣ ପଂଚାୟତରେ ଲାଗୁହେବାକୁ ଯାଉଛି ସଟ ଡାଉନ ।ଆଜି ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ନିମନ୍ତେ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର,ଲିଙ୍ଗରାଜ ପ୍ରସାଦ ,ହନୁମନ୍ତିଆ,ନାଉରିଆ ଏବଂ କୁରାଳ ସମେତ ସମସ୍ତ ବଜାରରେ ସଟ ଡାଉନ (ଏକ ପ୍ରକାର କର୍ଫୁ) ଘୋଷଣା କରିଛନ୍ତି ।
ଏହି ସଟ ଡାଉନ ସମୟରେ ସମସ୍ତ ମେଡ଼ିସିନ ଦୋକାନ ଏବଂ ଡାକ୍ତରଖାନା ଖୋଲା ରହିବ ।ବର୍ତ୍ତମାନ କରୋନା ସଂକ୍ରମିତଙ୍କର ସଂଖ୍ୟା ବଢ଼ୁଥିବାରୁ ଲୋକେ ନିଜ ସଚେତନ ନ ହୋଇ ଏହାକୁ ଏକ ହାଲୁକା ଭାବେ ନେବା ସହ ସାମାଜିକ କଟକଣା ମାନୁନାହାନ୍ତି ଯାହା ଫଳରେ ଆଗକୁ ଆହୁରି ପ୍ରବାସୀ ଓଡ଼ିଆଙ୍କ ଆଗମନ ଛୁଟୁଥିବାରୁ ଆସନ୍ନ ବିପଦକୁ ଏଡ଼ାଇବା ପାଇଁ ଏଭଳି ଏକ ସଟ ଡାଉନର ଆବଶ୍ୟକତା ଅଛି ବୋଲି ଜିଲ୍ଲା ପ୍ରଶାସନ ,ପୋଲିସ ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ  ଅବଗତି ନିମନ୍ତେ ଚିଠିରେ  ଉଲ୍ଲେଖ କରିଛନ୍ତି ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts