Breaking News

ସାବିତ୍ରୀ ଅମାବାସ୍ୟା ହେବା ପୂର୍ବରୁ ସାବିତ୍ରୀର ଆମହତ୍ୟା


 ଭଞ୍ଜନଗର- ସାବିତ୍ରୀ ଅମାବାସ୍ୟା ହେବା ପୂର୍ବରୁ ସାବିତ୍ରୀ ଆତ୍ମହତ୍ୟା କରି ଆରପାରିକି ଚାଲିଗଲେ ।ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ନିକଟ ଏନ,ଏ ,ସି ରାସ୍ତାରେ । ବଡକୋଦଣ୍ଡା ଗ୍ରାମର ଖଦାଳ ପ୍ରଧାନ ଝିଅ ମାମାଲି ପ୍ରଧାନ ଗୁରୁୁବାର ସନ୍ଧ୍ୟା ୮ଟା ସମୟରେ ସ୍ବାମି ପବିତ୍ର ବିଷୋୟୀ ସହ ବାପା,ମା ମିଶି ମାମାଲିକୁ ହତ୍ୟା କରି ଘରର ଓରାରେ ଚୁନି  ସାହାଯ୍ୟରେ ଝୁଲାଇ ଦେଇ ଥିବା ନେଇ ଭଞ୍ଜନଗର ଥାନାରେ ମାମାଲିର ମା ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗକୁ ନେଇ ପୁଲିସ ତଦନ୍ତ କରିବା ସହ ସ୍ବାମୀ ପବିତ୍ରକୁ ଅଟକ ରଖି ଥିବା କଥା ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ ସୁଚନା ଦେଇଛନ୍ତି ।ମାମାଲିର ଝୁଲନ୍ତା ଶବକୁ ମାଜିଷ୍ଟେ୍ାଟ ଦାୟତ୍ବରେ ଥିବା ତହସିଲଦାର ଆଲୋକ ପ୍ରଧାନ ଓ ସାଇପିଣ୍ଟିକ ଟିମ ଭପସ୍ଥିତରେ ମାମାଲିର ଶବକୁ ଓଲ୍ଲାଇ ଦିଆଯାଇଥିଲା ।।ମାମାଲିର ମା କହିବାନୁଯାଇ ବହୁ ଦିନ ହେଲା ମାମାଲି ଓ ପବିତ୍ର ଦୁହିଁଙ୍କ ମଧ୍ୟରେ ଭଲ ସଂପର୍କ ରହିଥିବା ନେଇ ବାହାର ଲୋକଙ୍କ ଠାରୁ ଶୁଣି ଥିଲି । ଏହାକୁ ନେଇ ୪ମାସ ତଳେ ମାମାଲିର ବିବାହ ପାଇଁ ଅନ୍ୟତ୍ର ନିର୍ବନ୍ଧ ହେବାର ପର ଦିନ ଦୁହେଁ ଫେରାର ହେଇଯାଇଥିଲୋ। ଏହାକୁ ନେଇ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ ମାମାଲି ଙ୍କ ମା କରିଥିଲି ।ଦୁହେଁ ଫେରାର ହେବା ଦିନ ଠାରୁ ବିଭିନ୍ନ ସ୍ଥାନରେ ରହି ଆସୁଥିଲେ ।କେଉଁ ସମାସ୍ୟକୁ ନେଇ ଏପରି ଘଟଣା ଘଟିଲା ତାହା ସଠିକ ତଥ୍ୟ ଜଣାପଡିନାହିଁ ।ଲକ ଡାଉନ୍ ଯୋଗୁ ଅର୍ଥ ଅଭାବ ନେଇ ଏହି ଘଟଣା ଘଟିଥାଇ ପାରେ ବେଲି ପୁଲିସ ଅନୁମାନ କରୁଛି ।ଭଞ୍ଜନଗରରୁ ରବିନ୍ଦ୍ରପ୍ରଧାନ 

Blog Archive

Popular Posts