Breaking News

ନୟାଗଡ଼ ଜିଲ୍ଲାରେ ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ


ଓଡ଼ଗାଁ/କୁରାଳ - ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା  ୧୧୦୦ ଟପିଛି । ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କର ସଂଖ୍ୟା ୨୭ରେ ପହଞ୍ଚିଛି ।ଗତକାଲି ଜିଲ୍ଲାରେ ଓଡ଼ଗାଁ ବ୍ଲକ କୁରାଳ ନାଥିଆପଲ୍ଲୀ ସଙ୍ଗରୋଧ ଗୃହରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁନାମୁଁହି ଉଚ୍ଚ ବିଦ୍ୟାଳୟ ସଂଗରୋଧରୁ ଚିହ୍ନଟ ହୋଇଥିଲେ।ଆଜି ମଧ୍ୟ ମୋଟ ୬ ଜଣ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୬ ଜଣ ନୁଆ  ଆକ୍ରାନ୍ତ ଓଡ଼ଗାଁ ବ୍ଲକ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁରାଳ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହର ୫ ଜଣ ହୋଇଥିବା ବେଳେ ନାଥିଆପଲ୍ଲୀ ସଙ୍ଗରୋଧ ଗୃହର ଜଣେ ବୋଲି ଜଣାପଡିଛି ।ଜିଲ୍ଲାର ସମୁଦାୟ ୨୭ ଆକ୍ରାନ୍ତଙ୍କର ମଧ୍ୟରୁ ଓଡ଼ଗାଁ ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହର ୨୩ ଜଣ ଅଟନ୍ତି । ସମସ୍ତ ଆକ୍ରାନ୍ତକୁ ଆମ୍ବୁଲାନ୍ସ ଯୋଗେ ପୋଲିସ ସୁରକ୍ଷା ସହ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।

ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts