Breaking News

ରାଶନ ସାମଗ୍ରୀ ଓ ଭତ୍ତା ବଣ୍ଟନ ବେଳେ ରହିପାରୁନି ସାମାଜିକ ଦୂରତା,



 ବରଗଡ଼-----  ମହାମାରୀ କରୋନା ପାଇଁ ଚାରିଆଡେ ଖାଁ ଖାଁ। ସରକାର ଏହି ମହାମାରୀରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଲକ ଡାଉନ ବ୍ୟବସ୍ଥା କଡାକଡି କରିଛନ୍ତି।ଲୋକେ ଘରୁ ବାହାରିଲେ ପଡୁଛି ବାଡ଼ି।ବିଶେଷ କରି ସରକାର ମାସ୍କ ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦେଇଛନ୍ତି। ତେବେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଞ୍ଚଳରେ ହିତାଧିକାରୀ ମାନଙ୍କୁ ଚାଉଳ ଓ ଭତ୍ତା ବଣ୍ଟନରେ ସରକାରଙ୍କ ଲକ ଡାଉନ ବା ସାମାଜିକ ଦୂରତା ବ୍ୟବସ୍ଥାକୁ ଉଲଂଘନ କରିଚାଲିଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଲରାସରା ପଞ୍ଚାୟତର ଖଇରପାଲି ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ଠାରେ।  ବୃଦ୍ଧ ବୃଦ୍ଧା ହିତାଧିକାରୀ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନକରି ପ୍ରଚଣ୍ଡ ଖରାରେ ଚାଉଳ ଓ ଭତ୍ତା ବଣ୍ଟନ କରାଯାଉ ଥିବାରୁ ହିତାଧିକାରୀ ମାନେ ବାଧ୍ୟ ହୋଇ ନାହିଁ ନଥିବା ଅସୁବିଧାର ସମ୍ବୁଖିନ ହୋଇଛନ୍ତି ।  ଏନେଇ ସରପଞ୍ଚଙ୍କୁ ପଚାରିବାରୁ ଆଉ କେଉଁଠି ଦେବୁ,  ଯାହା ମନା କଲେ ମାନୁ ନାହାନ୍ତି ବୋଲି କହିଥିବାବେଳେ କୌଣସି ସାନିଟାରୀ ଜିନିଷ ମଧ୍ୟ ଦେଖିବାକୁ ମିଲ ନଥିଲା। ଲୋକଙ୍କ କଥାକୁ ନବୁଝି ନିଜ ସୁବିଧା କରି ଲୋକଙ୍କୁ ହଇରାଣ ହରକତ କରୁଥିବାର ଲୋକେ ଅଭିଯୋଗ କରନ୍ତି। ତେବେ କାହାପାଇଁ ସରକାରଙ୍କ ଲକ ଡାଉନ ତଥା ସାମାଜିକ ଦୂରତା ଆଇନ ବୋଲି ଲୋକେ କହିବା ସହ ଜିଲ୍ଲାପାଳ ତୁରନ୍ତ ଏ ଦିଗ ପ୍ରତି ନଜର ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts