Breaking News

ମାସିକ ୫ହଜାର ଟଙ୍କା ଦେବାକୁ ଦାବି କଲା ସତ୍ୟବାଦୀ ଦର୍ଜି ମହାସଂଘ

ସାକ୍ଷୀଗୋପାଳ ----- ରାଜ୍ୟରେ କରୋନା ଭୁତାଣୁକୁ ନେଇ ଲକ ଡାଉନ ଜାରି ରହିଛି । ଯାହା ଫଳରେକି ସରକାର ଦର୍ଜି ଦେକାନ ନ ଖୋଲିବା ପାଇଁ କହିଛନ୍ତି । ଯାହା ଫଳରେକି ଦର୍ଜି ଭାଇ, ଭଉଣୀ ମାନେ ବେରୋଜଗାରୀ ହୋଇପଡିଛନ୍ତି । ସେମାନଙ୍କ ପରିବାର ବହୁ ଦୁଖଃ କଷ୍ଟରେ ଚଳୁଛନ୍ତି । ଯେଉଁ ଦର୍ଜି  ମଣିଷକୁ ପୋଷାକ ମାଧ୍ୟମରେ ସମାଜରେ ଭଦ୍ର ବ୍ୟକ୍ତି ଭାବେ ପରିଚିତ କରେ ସେହି ଦର୍ଜି ପରିବାର ଆଜି ଭୋକ ଉପାସରେ କାଳତି ପାତ କରୁଛନ୍ତି । ଅନ୍ୟ ପକ୍ଷେ ରାଜ୍ୟରେ ରେଡିମେଡି ପୋଷାକ ଯୋଗୁ ଦର୍ଜି ପରିବାର ଆହୁରି ଅସୁବିଧାରେ ପଡିଛି । ଏ ସମ୍ପର୍କରେ ଓଡିଶା ରାଜ୍ୟ ଦର୍ଜି ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଶମ ମନ୍ତ୍ରୀଙ୍କ ଜରିଆରେ ୯ ଦଫା ଦାବୀ ସମ୍ମଳନିତ ସ୍ମାରକ ପତ୍ର ଦିଆଯାଇଛି । ଦର୍ଜି ମାନଙ୍କ କଲ୍ୟାଣ ପାଇଁ ଗଡିତ କଲ୍ୟାଣ ବୋର୍ଡର ଏକ ବେହଠକରେ ଶ୍ରମ ମନ୍ତ୍ରୀଙ୍କ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଚାଲିଥିବା ଲକ ଡାଉନ ପାଇଁ ବେରୋଜଗାରୀ ହୋଇଥିବା ପ୍ରତ୍ୟେକ ଦର୍ଜି ଭାଇ ଭଉଣୀଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିବା  ଓଡିଶା ରାଜ୍ୟ ଦର୍ଜି ମହାସଂଘର ସତ୍ୟବାଦୀ ବ୍ଳକ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts