Breaking News

କ୍ୱାରେଣ୍ଟାଇନ ଗୃହ ପରିଚାଳନା ପାଇଁ ୧୦ ଜଣିଆ କମିଟି ଗଠନ


ଡେଲାଙ୍ଗ ----  ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଚରଣ ଜେନାଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ୱାରେଣ୍ଟାଇନ  ଗୃହ ପରିଚାଳନା କରିବା ପାଇଁ ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ଖାଦ୍ୟ, ପାନୀୟ, ସ୍ୱଚ୍ଛତା ଆଦି କାର୍ଯ୍ୟ ତଦାରଖ କରିବେ । ଉକ୍ତ କମିଟିରେ ଅଙ୍ଗନୱାଡି କର୍ମୀ, ଆଶା ଦିଦି, ବିଦ୍ୟାଳୟ ଶିକ୍ଷକ, ଜିଆରସି, ସ୍ୱାସ୍ଥ୍ୟକର୍ମୀ, ମହିଳା ଗୋଷ୍ଠୀ, ୱାର୍ଡସଭ୍ୟସଭ୍ୟା, ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ କମିଟିରେ ରହିଛନ୍ତି ।  ୧୨୦ ଜଣ ରାଜ୍ୟ ଓ ରାଜ୍ୟ ବାହାରରୁ ଆସିବାର ରହିଛି ବୋଲି ସରପଞ୍ଚ ଶ୍ରୀ ଜେନା କହିଛନ୍ତି । ସେହିପରି ଗୁଡୁପାଇଲେ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୨୧ ଜଣ ଗରିବ, ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରିଥିବା ଜଣାପଡିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts