Breaking News

ରାସ୍ତା ରେ ଯାଉଛନ୍ତି ଶହ ଶହ ବାହର ରାଜ୍ୟର ଲୋକ , ସେମାନଙ୍କୁ ବାରଣ କରାଯାଉନାହିଁ



ବରଗଡ଼ --କରୋନା ମହାମାରି ପାଇଁ କେନ୍ଦ୍ର ସରକାର ଦେଶରେ ଲାଗୁକରିଛନ୍ତି ତୃତୀୟ ପର୍ଯ୍ୟାୟ ଲକଡାଉନ । ତାହାକୁ ରାଜ୍ୟ ସରକାର ମଧ୍ୟ କଡାକଡ଼ି ନିୟମ ସହିତ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ସମସ୍ତ ଜିଲ୍ଲା ଗୁଡିକୁ ସିଲ କରାଯାଇଛି । ପୋଲିସ ପ୍ରଶାସନ ଦିନରାତି ସୀମା ଓ ସମଗ୍ର ରାଜ୍ୟରେ ପହରା ଲଗାଉଛନ୍ତି । ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯିବାକୁ ହେଲେ ଅନୁମତି ନେବାକୁ ହେବ ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାହେବ ବୋଲି ସରକାର ଘୋଷଣା କରିଛନ୍ତି । କିନ୍ତୁ ଆଜି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେ ବାହାର ରାଜ୍ୟରୁ ଗୋଟିଏ କି ଦୁଇଟା ନୁହଁ ବରଂ ଚଉତିରିଶ ଜଣ ଶ୍ରମିକ ବିନା ଅନୁମତି ନେଇ ଦୁଇଟି ରାଜ୍ୟ ସୀମା ଅତିକ୍ରମ କରି ଓଡିଶା ସୀମା ସିଲ ଏବଂ ପ୍ରଶାସନର ଶକ୍ତ ପହରା ଥାଇ ମଧ୍ୟ ଓଡିଶା ଦେଇ ନିଜ ରାଜ୍ୟକୁ ଯିବାପାଇଁ ପଦଯାତ୍ରା କରୁଛନ୍ତି। ଏନେଇ ସ୍ଥାନୀୟ ଥାନାକୁ ଖବର ଦେବା ପରେ ଥାନାଧିକାରୀ ଆମର ରାସ୍ତାରେ ଯିବାଆସିବା ଲୋକଙ୍କୁ ଅଟକାଇବା ନିୟମ ନାହିଁ।ତାଙ୍କୁ ଯିଏ ଅଟକାଇବ ତାର ଦାୟିତ୍ୱ ସିଏ ନବ ବୋଲି କହନ୍ତି। ଏସମ୍ପର୍କରେ ଏସପିଙ୍କୁ ମଧ୍ୟ ଆମେ ଜଣାଇଛୁ ବୋଲି କହିଥିଲେ । ରାସ୍ତା ରେ କାହାକୁ ଅଟକାଇବା କୌଣସି ନିୟମ ନାହିଁ । ସେମାନେ ଯିବେ ବୋଲି ମଧ୍ୟ କହିଥିଲେ । ପ୍ରତ୍ୟେକ ଦିନ ଶହ ଶହ ପ୍ରବାସୀ ବାହାର ରାଜ୍ୟରୁ ସାଇକେଲ ଓ ପଦଯାତ୍ରା କରି ନିଜ ଗ୍ରାମ କିମ୍ବା ରାଜ୍ୟକୁ ଫେରୁଥିବାର ଦେଖାଯାଉଛି । ପ୍ରଶାସନ କେବଳ ନିଜ ଅଞ୍ଚଳରେ ନିରୀହ ଜନସାଧାରଣଙ୍କୁ ଆଇନ ଦେଖାଉଛନ୍ତି ଏବଂ ମାସ୍କ ନ ପିନ୍ଧିଥିଲେ ଟିକସ ଆଦାୟ କରୁଛନ୍ତି । ଜରୁରୀ ପରିସ୍ଥିତିରେ ବାହାରକୁ ବାହାରିଲେ,ପନି ପରିବା ବଜାରକୁ ଗଲେ ମିଳୁଛି ଲାଠିମାଡ଼,ଯିଏ ରାତିଦିନ ଜୀବନକୁ ପାଣି ଛଡାଇ ଖବରସଂଗ୍ରହ କରି ଖବର ଦେଉଥିବା ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି।ସରକାରଙ୍କ ନିୟମ ମାନିଲେ ମଧ୍ୟ ଲାଠିମାଡ଼ ସହିତ କେମେରା ଛଡେଇ ନିଆଯାଉଛି ଆଉ ଧମକ ମଧ୍ୟ ଦିଆଯାଉଥିବାର ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି । ପ୍ରତ୍ୟେକଦିନ ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ସରକାରଙ୍କ କୋୖଣସି ନିୟମ ନାହିଁ । ସେମାନଙ୍କୁ ଯିଏ ରାସ୍ତାରେ ଦେଖିବେ ସାମାଜିକ ଦୂରତା ରଖି ଖାଇବାର ସୁବିଧା ସେଇମାନେ ହିଁ କରିବେ ଏକଥା ଆମେ କହୁନାହୁଁ ଖୋଦ ପ୍ରଶାସନ କହୁଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାର ଯେତେସବୁ ପଦକ୍ଷେପ ନେଉଛନ୍ତି ତାହା ଜନସାଧାରଣ ତ ନିୟମ ମାନୁଛନ୍ତି। ହେଲେ ସରକାରୀ ବାବୁମାନେ ପାଳନ କରୁଛନ୍ତି କି? ।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts