Breaking News

କାର ଧକ୍କାରେ ବାଇକ ଆରୋହି ଗୁରୁତର



 ଧରାକୋଟ---- ଧରାକୋଟ ଥାନା ନିକଟସ୍ଥ ୫୯ ନମ୍ବର ଜାତୀୟ ରାଜପଥ ତାଳପଟଣା ଗ୍ରାମ ନିକଟରେ କାର ଓ ମଟର ସାଇକେଲ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ମଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି ।  ବ୍ରହ୍ମପୁରରୁ ସୋରଡା ଅଭିମୁଖେ ଯାଉଥିବା ଏକ ସିଷ୍ଟ ଡିଜେଆର ଗାଡି ନମ୍ବର  ଓଡି ୦୭ଏଚ୯୨୭୨ ଋଷିକୁଲ୍ୟା ବ୍ରିଜ ଛକରେ ଶ୍ରୀକାନ୍ତ ସ୍ଵାଇଁ ଧରାକୋଟ ପେସନ ପ୍ଲସ ନନ୍ଦିଗୋରରୁ ଅସୁଥିବା ସମୟରେ ଦୃଘଟଣା ଘଟିଥିଲା।  ଘଟଣା ସ୍ଥଳରେ ଧରାକୋଟ ପୋଲିସି ଓ ଧରାକୋଟ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଧରାକୋଟ ମେଡିକାଲ ନେଇଥିଲେ।  ବାଇକ ଆରୋହି ଶ୍ରୀକାନ୍ତ ସ୍ବାଇଁଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର  ଏମ୍ କେ ସି ଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଥାଉକି ତାଳପଟଣାର ଏହି ଛକରେ ଗତ କିଛି ଦିନ ହେବ ବାରମ୍ବାର ଦୃଘଟଣା ହେଉଛି।ତେଣୁ ସ୍ଥାନୀୟ ଜନସାଧାରଣ ସେଠାରେ ଦୃଘଟଣା ରୋକିବା ପାଇଁ ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା କରାଯିବା ଉଚିତ ବୋଲି ଦାବି କରିଛନ୍ତି।
ଧରାକୋଟ ରୁ କାଳୁ ଚରଣ ମହାପାତ୍ର

Blog Archive

Popular Posts