Breaking News

ଗ୍ୟାସ ଗାଡି ଓଲଟିଲା,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର



ବରଗଡ଼----   ବରଗଡ଼ ଜିଲ୍ଲା ଗୋଡ଼ଭଗା-ତୁରୁମ ୫୪ନଂ ଜାତୀୟ ରାଜପଥରେ ଭବାନୀପାଟଣା ଅଭିମୁଖେ ଯାଉଥିବା ଟାଟା ଅଲ୍ଟ୍ରା ଓଡ଼ି ୦୮ଜେ ୯୩୬୧ ଦୃତଗାମୀ ଇଣ୍ଡିଏନ୍ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡି ଋଷୁଡା ପାନବରଜ ବ୍ରିଜ ଉପରେ ଓଲଟି ପଡିଥିଲା । ଗାଡିର ଡାହାଣ ପଟ ପଛ ଚକ ଫାଟି ଯିବାରୁ ପ୍ରାତଃ ୪ ଟା ୧୫ରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦୌଡ଼ି  ଡ୍ରାଇଭର ହେଲପରକୁ ଉଦ୍ଧାର କରି ସ୍ଥାନୀୟ ଫାଣ୍ଡିକୁ ଖବର ଦେଇଥିଲେ। ଋଷୁଡା ଫାଣ୍ଡି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts