Breaking News

ପାଚିଲା ଧାନ ଓ ପନି ପରିବା ଚାଷ ନଷ୍ଟ

ଡେଲାଙ୍ଗ ----ଡେଲାଙ୍ଗ ବ୍ଳକରେ  ରବି ଋତୁରେ କରାଯାଇଥିବା ଧାନ ଚାଷ ସହିତ ପନି ପରିବା ଚାଷ ଅମ୍ଫାନ ବାତ୍ୟା ବହୁତ କ୍ଷତି କରିଛି । ଅଧିକାଂଶ ସ୍ଥାନରେ ପାଚିଲା ଧାନ ପବନ ମାଡରେ ବିଲରେ ପଡି ଯାଇଥିବା ବେଳେ ତା ଉପରେ ବର୍ଷ ପାଣି ଠିଆ ହୋଇଛି ।  ଦିନେ ବା ଦୁଇ ଦିନ ଧାନ ବିଲରୁ ପାଣି ନ ଛାଡିଲେ ଧାନ ଗୁଡିକ ଗଜା ହୋଇଯିବ ବୋଲି ଚାଷୀ ନିର୍ମଳ କୁମାର ପରିଡା କହନ୍ତି । ସେହିପରି ଡେଲାଙ୍ଗ ଅଞ୍ଚଳରେ ପନି ପରିବା ଚାଷ ପାଇଁ ବେଶ ଜଣାଶୁଣା । କାକୁଡି, ପୋଟଳ, କଲରା, ଭେଣ୍ଡି, ଲଙ୍କା, ଶାଗ, ବାଇଗଣ, ଝୁଡୁଙ୍ଗ ଆଦି ପାଣି ଓ ପବନରେ ବହୁତ କ୍ଷତି ହୋଇଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଅରିଶଲ, ଖେଳାଉର, ଡେଲାଙ୍ଗ କୋଠବାଡ, ସୁଜନପୁର, ଚାଇଁପୁର ଆଦି ଗ୍ରାମ ପଞ୍ଚାୟତ ଗୁଡିକ ବୁଲି ପ୍ରାଥମିକ ତଦନ୍ତ କରିଛନ୍ତି । ମାତ୍ର ବହୁ ଶିଘ୍ର ଏକ କମିଟି ମାଧ୍ୟମରେ କ୍ଷୟକ୍ଷତିର ଆକଳନ କରାଯାଇ ପୁରୀ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯିବ ବୋଲି ତହସିଲଦାର ଶ୍ରୀ  ଆଚାରିଆଙ୍କ ଠାରୁ ପ୍ରକାଶ ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts