Breaking News

ସଂଘରୋଧ କେନ୍ଦ୍ରରେ ଗୁଟୁକାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

 ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଖଣ୍ଡୀ  ଗ୍ରାମ ପଞ୍ଚାୟତର ଗବକୁଣ୍ଡ ବିଦ୍ୟାଳୟରେ କରାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ର ପରିସରରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ଗୁଟୁକାକୁ ନେଇ ମୁହାଁମୁହିଁ  ହୋଇଛନ୍ତି । ଏହି ଖବର ପାଇ ସ୍ଥାନୀୟ ସରପଞ୍ଚ ବାସନ୍ତୀ ବେହେରା ସେଠାରେ ପହଞ୍ଚିବା ସହ ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ଦ୍ୟମ ଫଳରେ ଯୁବକ ମାନେ ଶାନ୍ତ ପଡିଥିଲେ । ବଡ ଆଶ୍ଚର୍ଯ୍ୟର କଥା ଉକ୍ତ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଭାବେ ସରକାର ଘୋଷଣା କରିଛନ୍ତି । ସେଠାରେ ଥିବା ପ୍ରବାସୀ ମାନେ ବାହାରକୁ ଆସି ପାରିବେ ନାହିଁ ବା ତା ମଧ୍ୟକୁ ବହାର ଲୋକଙ୍କୁ ବାରଣ କରାଯାଇଛି । ତା ହେଲେ ଉକ୍ତ ଗୃହ ମଧ୍ୟକୁ ଗୁଟୁକା ଯାଉଛି କିପରି ତାହା ଏବେ ସାଧାରଣରେ ଆଲେଚନାର ବିସୟ ହୋଇପଡିଛି । ଯଦି କିଛି ଘଟଣା ଘଟି ଯାଇଥାନ୍ତା ତା ହେଲେ ସେଥିପ୍ରତି କିଏସେ ଦାୟୀ ରହିଥାନ୍ତା ତାହା ଏବେ ପ୍ରଶ୍ନ ବାଚୀ ହୋଇପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts