ରଣପୁର ରଥଯାତ୍ରା ପାଇଁ ରଥନିର୍ମାଣକୁ ସବୁଜ ସଙ୍କେତ
ରଣପୁର-ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରକୁ ରଣପୁରବାସୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଛନ୍ତି । କୋଭିଡ୍-୧୯ ଲକ୍ଡାଉନ୍ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିଲା । ମନ୍ଦିର ପରିଚାଳନା କାର୍ତ୍ତୃପକ୍ଷ ଏକ ବୈଠକରେ ଗତ ମେ ୧୩ ତାରିଖ ଦିନ ନୟାଗଡ ଜିଲ୍ଲାପାଳଙ୍କୁ ରଥ ନିର୍ମାଣ ଅନୁମତି ପାଇଁ ଚିଠି ଲେଖିଥିଲେ । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ରଥ ନିର୍ମାଣ ପାଇଁ ଆଇନ୍ ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ । ରଣପୁର ପ୍ରେସ୍ କ୍ଲବ ତରଫରୁ ସାମ୍ବାଦିକ ବନ୍ଧୁମାନେ ରଣପୁର ତହସିଲ୍ଦାର ତଥା ଦେବତ୍ତୋର ଅଧିକାରୀ ସଂଜୟ କୁମାର ସାମନ୍ତରାୟଙ୍କୁ ଭେଟିଥିଲେ ।କିନ୍ତୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପାଇଁ ଜିଲ୍ଲାପାଳଙ୍କ ନିକଟରେ ବିଚାରାଧିନ ଅଛି ।
ମେ ୨୧ ତାରିଖ ମଧ୍ୟାହ୍ନରେ ରଣପୁର ବିଧୟାକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଓ ରଣପୁର ର ସମସ୍ତ ପ୍ରେସ୍ କ୍ଲବ୍ ର ସଦସ୍ୟମାନେ ମିଳିତ ହୋଇ ନୟାଗଡ ଜିଲ୍ଲପାଳ ଡ.ପୋମା ଟୁଡୁଙ୍କୁ ଭେଟି ଆଲୋଚନା କରିଥିଲେ । ତା ପରେ ଜିଲ୍ଲାପାଳ ରଣପୁର ତହସିଲ୍ଦାରଙ୍କୁ ସାମାଜିକ ଦୁରତ୍ୱକୁ ପ୍ରାଧାନ୍ୟ ଦେଇ ରଥ ନିର୍ମାଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି।ଏଥିନିମନ୍ତେ ରଣପୁରବାସୀ ତଥା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି।