ନରେନ୍ଦ୍ରପୁର, ମହୁରା ଗ୍ରାମ ପଞ୍ଚାୟତକୁ ପଥମ ସୁରାଟ ଫେରନ୍ତା
ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଯାହା ଫଳରେକି ବିଭିନ୍ନ ରାଜ୍ୟରେ ଓଡିଆ ମାନେ ଫସି ରହିଛନ୍ତି । ରାଜ୍ୟ ସରକାର ଏମାନଙ୍କୁ ନିଜ ଘରକୁ ଆଣିବା ପାଇଁ ଆରମ୍ଭ ହୋଇଛି ଉଦ୍ଦ୍ୟମ । ଆଜି ସକାଳେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଜଣେ ଯୁବକ ଓଭରବ୍ରିଜ ତଳେ ଠିଆ ହୋଇଥିବା ବେଳେ ସତ୍ୟବାଦୀ ଆଇଆଇସି ଦେବୀ ପ୍ରସାଦ ପାତ୍ର ସନ୍ଦେହ କରି ଯୁବକ ଜଣଙ୍କୁ ପଚାରା ପଚରି କରିବାରୁ ସେ ସୁରାଟରୁ ଆସିଥିବା ସମ୍ପର୍କେ କହିଥିଲେ । ଯୁବକ ଜଣଙ୍କୁ ଅଟକାଇ ସଙ୍ଗେ ସଙ୍ଗେ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କୁ ଖବର ଦେଇଥିଲେ । ଯୁବକ ଜଣଙ୍କୁ ପଞ୍ଚାୟତର ବେଣାକେରା ଗ୍ରାମରେ କରାଯାଇଥିବା ସଂଘରୋଧ ଗୃହରେ ରଖାଯିବ ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଯୁବକ ଜଣଙ୍କୁ ଚିହ୍ନଟ କରିବା ସହ ସମସ୍ତ ସହଯୋଗ କରିଥିବା ଜଣାପଡିଛି । ସେହିପରି ମହୁରା ଗ୍ରାମ ପଞ୍ଚାୟତକୁ ଜଣେ ସୁରାଟ ଫେରନ୍ତା ଫେରିଛନ୍ତି ତାଙ୍କୁ ବିଡିଓ ଓ ଥାନା ଆଇଆଇସି ଶ୍ରୀ ପାତ୍ର ଗାଡିରେ ନେଇ ସଂଘରୋଧ ଗୃହରେ ରଖିଥବା ଜଣାପଡିଛି । ସେଠାରେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବିଡିଓ ଶ୍ରୀ ଦତ୍ତ କହିଛନ୍ତି । ସଂଘରୋଧ ଗୃହରେ ୧୪ ଦିନ ପର୍ଯ୍ୟନ୍ତ ରଖାଯିବ ସେମାନଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚ ମାନଙ୍କୁ ଦିଆଯାଇଛି ସେମାନେ ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି