ହୋମଗାର୍ଡ ଓ ଗ୍ରାମରକ୍ଷୀଙ୍କୁ ସହାୟତା ହାତ ବଢାଇଲେ ବିଜେପି ନେତା
ବରୀ---- କରୋନା ମହାମାରୀ ସଂକ୍ରମଣ ଭୁତାଣୁ ମୁକାବିଲା କରିବା ପାଇଁ ଯୋଦ୍ଧା ସାଜିଥିବା ବରୀ ବ୍ଲକର ହୋମଗାର୍ଡ ଓ ଗ୍ରାମରକ୍ଷୀ ମାନଙ୍କୁ ସହାୟତା ହାତ ବଢାଇଛନ୍ତ ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ । ଶୁକ୍ରବାର ଅପରାହ୍ନରେ ବରୀ ବ୍ଲକ ଅନ୍ତର୍ଗତ ଅଲିପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଥିବା ୩୫ ଜଣ ଗ୍ରାମରକ୍ଷୀ ଓ ୧୨ ଜଣ ହୋମଗାର୍ଡଙ୍କୁ ସମ୍ମାନୀତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏମାନଙ୍କୁ ସମ୍ମାନୀତ କରିବା ସମୟରେ ବିଶ୍ୱରଞ୍ଜନ କହିଥିଲେ ଆପଣମାନେ ହେଲେ ପ୍ରକୃତ ଯୋଦ୍ଧା । ଆପଣମାନେ ଦିନରାତି ଖରା,ବର୍ଷାକୁ ଖାତିରି ନକରି କରୋନା ମହାମାରୀ ସମୟରେ ଆମ ବରୀବାସୀଙ୍କୁ ସୁରକ୍ଷିତ ରଖିଛନ୍ତି । ଆପଣମାନଙ୍କ ଅହରହ ଉଦ୍ୟମ ପାଇଁ ବରୀବାସୀଙ୍କ ମଥା ଆପଣ ମାନଙ୍କ ନିକଟରେ ନଇଁ ଯାଉଛି । ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମାଙ୍କ ସହିତ ଅଲ୍ଲିପୁର ସରପଞ୍ଚ ବିରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ବରୀରୁ ଦର୍ଶନ ବେହେରା
ଯାଜପୁର ବରୀରୁ ଦର୍ଶନ ବେହେରା