ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ
ସାକ୍ଷୀଗୋପାଳ ---ଜୁନ ୫ ତାରିଖ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହର ଶେଷ ଦିବସ । ଏହି ଅବସରରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ଓ ପରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଏନ ସି ସି ଟ୍ରୁପ୍ ର ମିଳିତ ସହଯୋଗରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ରେ ଥିବା ପଞ୍ଚସଖାଙ୍କ ପୀଠ ସଫେଇ, ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା। କ୍ୟାଡେଟ ମାନଙ୍କୁ ପ୍ଲାଷ୍ଟିକ ବର୍ଜନ କରିବା ସହ ବୃକ୍ଷ ରୋପଣ କରିବାପାଇଁ ସଚେତନ କରାଯାଇଥିଲା। ପରେ ପରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଦୁଇଗୋଟି ବକୁଳ ଚାରା ରୋପଣ ଓ ତାହର ସୁରକ୍ଷା ବ୍ୟବସ୍ଥା ଭାରତ ବିକାଶ ପରିଷଦ କରିଥିଲା। ପ୍ଲାଷ୍ଟିକ ବର୍ଜନ ପାଇଁ ସମସ୍ତେ ଶପଥ ନେଇଥିଲେ। ଏଥିରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମିତା ସେନାପତି, ଆଲୁମିନା କମିଟିର ସଭାପତି କିଶୋର ଚନ୍ଦ୍ର ମହାପାତ୍ର,ଭାରତ ବିକାଶ ପରିଷଦ ପ୍ରାନ୍ତୀୟ ସଭାପତି ସତ୍ୟବାଦୀ ଦାସ,ସଂପାଦକ ବିଜୟ କୁମାର ପରିଡ଼ା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ସମ୍ପର୍କ କନଭେନର ନବଘନ ଶତପଥୀ,ସେବା କନଭେନର ଦେବରାଜ ନାୟକ, ସଂସ୍କାର ସଚିବ ସୁନିଲ କୁମାର ବେହେରା, ସଭ୍ୟ ସତ୍ୟନାରାୟଣ ପାଇକରାୟ,ସନ୍ତୋଷ ଦାଶ, ବାବୁ ପଣ୍ଡା,ବିଷ୍ଣୁ ମହାରଣା, ସଂଗ୍ରାମ ମହାପାତ୍ର, ପ୍ରଫୁଲ୍ଲ ପ୍ରଧାନ ଯୋଗ ଦେଇ ଥିଲେ। ଏହାକୁ ସଂଯୋଜନା କରିଥିଲେ ପର୍ଯ୍ୟବରଣ ସଚିବ ବିଭୁ ପ୍ରସାଦ ମହାପାତ୍ର ଓ ଏନ ସି ସି ଶିକ୍ଷକ ସୁଚିତ୍ର ଖଟାଇ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୬/୨୦୨୫----୬,୩୫ Sakhigopal News,5/6/2025