Breaking News

କାକଟପୁର ବ୍ଳକ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ


 କାକଟପୁର ---- କାକଟପୁର ବ୍ଲକ ଅନ୍ତର୍ଗତ ସୁଆର ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ଆନକୁଲ୍ୟରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଭାଗ ବୈଜ୍ଞାନିକ ଡକ୍ଟର ଅମ୍ବିକା ପ୍ରସାଦ ନାୟକ ଓ ଉଦ୍ୟାନ ବିଭାଗ ବୈଜ୍ଞାନିକ ଡକ୍ଟର ବିଷ୍ଣୁପଦ ଗିରି କୃଷି ବିକାଶ ଓ କୃଷି କଲ୍ୟାଣ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପlତ କରିବା ସହ ଅପ ସିଜିନରେ ପନିପରିବା ଚାଷ, ଜିଆ ଖତ ଉତ୍ପାଦନ, ବାଡି  ବଗିଚାରେ  କୁକୁଡ଼ା ଓ ବତକ ପାଳନ, ଉନ୍ନତ ପ୍ରଣାଳୀରେ ମାଛ ଚାଷ, ଓ କୁଣ୍ଡରେ  ରଙ୍ଗୀନ ମାଛ ଚାଷ ସମ୍ପକରେ ଉପସ୍ଥିତ ଥିବା ଚାଷୀମାନଙ୍କୁ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ସିଫା ଭୁବନେଶ୍ୱରରୁ ଆସିଥିବା ଟି ଶିବରାମ କୃଷ୍ଣ ଓ ସି  ଏମ୍ ଏଫ ଆର ଆଇ ରୁ ଆସିଥିବା ସ୍ଵlତି ପ୍ରିୟଙ୍କା ସେନ୍ ଦାସ ମାଛ ଚାଷ  ପଧ୍ୟତିରେ କିପରି ଭାବରେ ଚାଷୀ ମାନେ ଅଧିକ ଲାଭନିତ ହେବେ ସେ ଦିଗରେ ପରlମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମଣ୍ଡଳ କୃଷି ଅଧିକାରୀ ଶ୍ରୀମତୀ ଶାନ୍ତିଲତା  ବେହେରା ଧନିଚା ଚାଷ , ବିହନ ବିଶୋଧନ, ଖରାଟିଆ ଚାଷ କରିବା ପାଇଁ ଚାଷୀ ଭାଈ ଓ ଭଉଣୀ ମାନଙ୍କୁ  ପରାମର୍ଶ ଦେବା ସହିତ  ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ  ଦ୍ୱାରା ଚାଲିଥିବା ବିଭିନ୍ନ  ଜନହିତକାରୀ ପ୍ରକଲ୍ପ ର ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ୱlର୍ଡମେମ୍ବର,ସରପଞ୍ଚ, ସମିତିସଭ୍ୟ  ଏବଂ ବହୁ ଚାଷୀ ଭାଇ ଭଉଣୀ ମାନଙ୍କ ବହୁ ସମସ୍ୟା ଉପରେ ଆଲୋଚନା କରିବା ସହିତ କାଯ୍ୟକ୍ରମରେ ଯୋଗଦାନ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୬/୨୦୨୫---୭,୨୫ Sakhigopal News,11/6/2025

Blog Archive

Popular Posts