Breaking News

ଆଧ୍ୟାତ୍ମିକତାରେ ମନୋନିବେଶ ମାନବୀୟ ମୂଲ୍ୟବୋଧ ପରିପ୍ରକାଶର ପ୍ରମୁଖ ମାର୍ଗ

 
- ଡେଲାଙ୍ଗ- ଆଜିର ବସ୍ତୁବାଦୀ ସମାଜରେ ଆଧୁନିକ ମଣିଷ ଲୋଭ,ମୋହ,କ୍ରୋଧ , ସ୍ଵାର୍ଥ ଓ ଅହମିକାରେ ବୁଡି ରହି ଆଧ୍ୟାତ୍ମିକ ମାର୍ଗ  ଓ ମାନବୀୟ ମୂଲ୍ୟବୋଧ ଠାରୁ ଦୂରେଇବା ଫଳରେ ଅଶାନ୍ତି ସାଗରରେ ସଦାସର୍ବଦା ଉବୁଟୁବୁ ହେଉଛି ।ହରି କଥା ଶ୍ରବଣ ଓ ମନନ ଶାନ୍ତି ପ୍ରାପ୍ତିର ମୁଖ୍ୟ ମାର୍ଗ ଓ ଏହି ଆଧ୍ୟାତ୍ମିକ ଚେତନାରେ ପ୍ରତିଟି ମଣିଷ ଆଗ୍ରହୀ ହେଲେ ଜୀବନରେ ପ୍ରକୃତ ଶାନ୍ତି ପାଇପାରିବେ । ପ୍ରତ୍ୟେକ କ୍ଷେତ୍ରରେ ମାନବୀୟ ମୂଲ୍ୟବୋଧର ପରିପ୍ରକାଶ ହୋଇପାରିବ ବୋଲି ପିଢପାଟଣା ବାଙ୍କେଶ୍ଵର ଦେବ ମହାଦେବଙ୍କ ପୀଠସ୍ଥଳୀ ପରିସରରେ ଆୟୋଜିତ ଆଧ୍ୟାତ୍ମିକ କଥାମୃତ ଆଲୋଚନାଚକ୍ର ଓ ଆଧ୍ୟାତ୍ମିକ ଭଜନ ସଂଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଇ  ସନ୍ଥ ଅକ୍ଷୟାନନ୍ଦ ସରସ୍ଵତୀ , ଗଣେଶ ଗିରି , ସନ୍ୟାସୀନି ସତ୍ୟଭାମା ସରସ୍ଵତୀ ପ୍ରକାଶ କରି ଆଧ୍ୟାତ୍ମିକ ମାର୍ଗୀ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଆଧ୍ୟାତ୍ମିକ ସମାରୋହରେ ସତ୍ୟବାଦୀ ସଙ୍ଗୀତ ମୂର୍ଚ୍ଛନା ଅନୁଷ୍ଠାନର ସଙ୍ଗୀତଙ୍ଗ ଶିକ୍ଷକ ଲକ୍ଷ୍ମୀପ୍ରସାଦ ପାଣି, କଳାକାର ଭଵାନୀ ପ୍ରସାଦ ଦାଶ, ବାଦ୍ୟକାର ଦୁର୍ଗାପ୍ରସାଦ ମହାପାତ୍ର , ଭକ୍ତି ସଙ୍ଗୀତ ଗାୟକ ଶିକ୍ଷକ ଦିଗମ୍ବର ରଥ, ସଙ୍ଗୀତ ଗୁରୁ ଅଶୋକ କୁମାର ସାହୁ, କବି ସଙ୍ଗୀତ ପ୍ରେମୀ କୃପାନିଧି ପ୍ରଧାନ,ଗାୟକ ମହେନ୍ଦ୍ର ଖୁଣ୍ଟିଆ ,ବାଟୁଆ ବେହେରା , କାଳନ୍ଦୀ ସ୍ଵାଇଁ ପ୍ରମୁଖ ପୁରାତନ ଭଜନ, ଜଣାଣ ,ଛାନ୍ଦ ଓ ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ପରିସରକୁ ଆଧ୍ୟାତ୍ମିକମୟ କରିଥିଲେ। ଶିକ୍ଷକ କୈଳାଶ ଚନ୍ଦ୍ର ସ୍ଵାଇଁ ଓ ଫକିର ଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରି ଓଡ଼ିଆ ଭକ୍ତି ସଙ୍ଗୀତର ମହନୀୟତା ସଂପର୍କରେ ଆଲୋକପାତ୍ କରିଥିଲେ ।କବି ତଥା ଶିକ୍ଷକ ପ୍ରଭାତ ସେଠୀ, ସାହିତ୍ୟିକ ସୁଲେଖକ କାଶୀନାଥ ମହାପାତ୍ର, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସମାଜସେବୀ ଅନାମ ମଲ୍ଲିକ, ସୁରେଶ ମନ୍ତ୍ରୀ,ଶିକ୍ଷକ ସୁରେନ୍ଦ୍ର ମିଶ୍ର,ବିଚିତ୍ରାନନ୍ଦ ନାୟକ, ଗୋପାଳ ବେହେରା , ସଦାଶିବ ବିଶ୍ବାଳ,ବ୍ୟଙ୍ଗ କବି ଶିକ୍ଷକ ଚନ୍ଦ୍ର ଶେଖର,ଭଜନ ପ୍ରେମୀ ବିକ୍ରମ କେଶରୀ ନାୟକ, କାର୍ତ୍ତିକ ପରିଡ଼ା, ସୁକାନ୍ତ ପରିଡ଼ା,ବୀର ପରିଡ଼ା,ମନୁଆ ତାଡ଼,ପୂର୍ଣ୍ଣଚନ୍ଦ୍ର ଜେନା,ପାଲାକାର ଶିକ୍ଷାବିତ୍ ଗୁରୁ ଚରଣ ବଳ, ସମାଜସେବୀ ରାଜକିଶୋର ପରିଡ଼ା ,ମନୁଆ ସ୍ଵାଇଁ,ଶିକ୍ଷକ ରମେଶ ପ୍ରଧାନ, ଅଜୟ ପ୍ରଧାନ, ଟିକେଇ ଦଳାଇ, ମୃତ୍ୟୁଞ୍ଜୟ ସ୍ଵାଇଁ,ମିହିର ପରିଡ଼ା,ପୂର୍ବତନ  ବିଇଓ ଯୁଧିଷ୍ଠିର ପରିଡ଼ା, ବର୍ଷିୟାନ୍ ଶିକ୍ଷକ ରାଜକିଶୋର ପ୍ରଧାନ , ସାମ୍ବାଦିକ ଚିତ୍ତରଞ୍ଜନ ଜେନା ପ୍ରମୁଖ ଏହି ପ୍ରଭୁଙ୍କ କଥାମୃତ ଆଲୋଚନାରେ ଅଂଶଗ୍ରହଣ କରି ହରି କଥାମୃତ ଶ୍ରବଣ ପୂର୍ବକ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆଜିର ସମାଜ ପାଇଁ ଶାନ୍ତିର ଆଲୋକବର୍ତ୍ତିକା ବୋଲି ବ୍ୟକ୍ତ କରିଥିଲେ।ପରିଚାଳନାରେ ଶିକ୍ଷକ ଦିଲ୍ଲୀପ ନାୟକ, ସର୍ବେଶ୍ବର ବାରିକ, ସମାଜସେବୀ ନାରାୟଣ ମନୋହରୀ, ଜିତେନ୍ଦ୍ର ପ୍ରଧାନ ,ବିଜୟ ପ୍ରଧାନ, ଛାତ୍ର ନିଲୁ ଜେନା, ଆଗ୍ର‌ହୀ ଯୁବକ  ନିରଞ୍ଜନ ସାହୁ, ବିଶ୍ଵରଞ୍ଜନ ପରିଡ଼ା, ସୁଗୃହିଣୀ ଶାନ୍ତିଲତା ପାଢ଼ୀ, ଲକ୍ଷ୍ମୀ ସ୍ବାଇଁ, ସୁମିତ୍ରା ପ୍ରଧାନ,ରାନୁପମା ପରିଡ଼ା ସହଯୋଗ କରିଥିଲେ।ଶିକ୍ଷୟିତ୍ରୀ କାବେରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରକାଶ ଥାଉ କି ଶିକ୍ଷକ ଶ୍ରୀ ସାହୁ ତାଙ୍କ ପୁତ୍ର ଜନ୍ମ ଦିବସ ପାଳନ ଅବସରରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆଜିର ସମାଜରେ ଆମର  ପୁରାତନ ଭଜନ, ଜଣାଣ, ଛାନ୍ଦ,ଚମ୍ପୁ, ଓଡିଶୀ, ସଂସ୍କୃତିର ଗାଥା କଥା ଆଦିକୁ ଅଧିକାଂଶ ଭୁଲି ଯାଉଥିବାବେଳେ ଶିକ୍ଷକ ଶ୍ରୀ ସାହୁଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିବା ସହ ଆମ ଆଧ୍ୟାତ୍ମିକତା ଓ ସଂସ୍କୃତି ଏହିଭଳି ପରିପ୍ରକାଶ ହେଲେ ପରପିଢି ଏଥିରେ ଉଦବୁଦ୍ଧ ହୋଇ ଆମ ଭକ୍ତି ଭରା ସଙ୍ଗୀତ ଓ ଆଧ୍ୟାତ୍ମିକତାର ଅଲୌକିକ ପ୍ରଭାବରେ ପ୍ରଭାବିତ ହୋଇ ପାରିବେ ବୋଲି ସମସ୍ତେ ଆଲୋଚନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୬/୨୦୨୫---୭,୪୫ Sakhigopal News,11/6/2025

Blog Archive

Popular Posts