Breaking News

ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଲେ ଜଗନ୍ନାଥଙ୍କ ଅଜା ସିଦ୍ଧବଳରାମ



ସାକ୍ଷୀଗୋପାଳ ---  ଶ୍ରୀ ଜଗନ୍ନାଥଙ୍କ ଅଜା ଭାବରେ ସତ୍ୟବାଦୀର ବକୁଳବନରେ ପୂଜାପାଉଥିବା  ସିଦ୍ଧବକୁଳ ଠାକୁର ବେଶ ଜଣାଶୁଣା । ଆଜି ସକାଳେ ଠାକୁରଙ୍କ ପ୍ରତିଦିନ ଭଳି ନୀତିକାନ୍ତି କରାଯିବା ପରେ ବାଳଭୋଗ କରାଯାଇଥିଲା ।  ଦେବରାଜ ପଣ୍ଡା ଓ ବ୍ରଜରାଜ ପଣ୍ଡା ଠାକୁରଙ୍କ ନୀତିକାନ୍ତି କରିବା ପରେ  ଚକାଛଡା ଖେଚୁଡି ଭୋଗ କରାଯାଇଥିଲା ।  ଠାକୁରଙ୍କୁ ଦେବସ୍ନାନ ବେଦୀକ୍‌ୁ ପହଣ୍ଡି କରି ଆଣିଥିଲେ । ପାରମ୍ପାରିକ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ଥିବା କୂଅରୁ ଜଳ ଅଣାଯାଇ ସେଥିରେ କ୍ଷୀର, ମହୁ, କର୍ପୁର, ଅଗୁର, ଗୋଲାପଜଳ, ଚନ୍ଦନ, ଜାଇଫଳ ଆଦି ପକାଯାଇ ସୁଗନ୍ଦିତ ଜଳରେ ସେବାୟତ ମାନେ ମହାପ୍ରଭୁଙ୍କୁ ୧୦୮ ଗଡୁ ଜଳରେ ସ୍ନାନ କରାଇଥିଲେ । ଠାକୁରଙ୍କୁ ନୂତନବସ୍ତ୍ର ପରିଧାନ ପରେ ଟାହିଆ, ତୁଳସୀ ଫୁଲମାଳ ଲାଗି କରାଯାଇଥିଲା ।ଏହାପରେ ଯାତଭୋଗ ଅନୁଷ୍ଠିତ ହେବାପରେ ଭକ୍ତ ମାନଙ୍କ ପାଇଁ ଦର୍ଶନର ସୁଯୋଗ ମିଳିଥିଲା ।    ସଂଧ୍ୟାରେ ଆଳତୀ, ଧୂପ ରାତିରେ ବାଳଭୋଗ କରାଯିବା ପରେ ବିଳମ୍ବିତ ରାତିରେ ଅଣସର ଘରକୁ ବିଜେ କରାଇଥିଲେ । ସେହିପରି  ସାକ୍ଷୀଗୋପିନାଥଙ୍କ ପାଖରେ ପୂଜା ପାଉଥିବା ଜଗନ୍ନାଥ ଆଜି ଭକ୍ତ ମାନଙ୍କୁ ସ୍ନାନମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପ୍ରତିଦିନ ଠାକୁରଙ୍କ ନୀତିକାନ୍ତି ସରିବା ପରେ ସେବାୟତ ମାନେ ଠାକୁରଙ୍କୁ ପହଣ୍ଡି କରି ସ୍ନାନମଣ୍ଡପକୁ ବିଜେ କରାଇଥିଲେ । କାଳୀପୂଜା ସରିବା ପରେ ମା ରାଧାରାଣି ପ୍ରଭୁ କୃଷ୍ଣଙ୍କୁ ସେବାୟତ ମାନେ ସ୍ନାନ କରାଇଥିଲେ ।  ପରେ ନୂତନବସ୍ତ୍ର ପରିଧାନ, ତୁଳସୀ, ଫୁଲ, ଚନ୍ଦନ ଲାଗି କରାଯାଇଥିଲା । ପରେ ପରେ ପ୍ରଭୁ ଜଗନ୍ନାଥଙ୍କୁ  ୭ଗରା ସୁବାଷିତ ଜଳରେ ସେବାୟତ ମାନେ ସ୍ନାନ କରାଇଥିଲେ । ନୂତନ ବସ୍ତ୍ର ପରିଧାନପରେ ତୁଳସୀ, ଫୁଲ, ଚନ୍ଦନଲାଗି କରାଯାଇଥିଲା । ସଂଧ୍ୟାରେ ଜାତଭୋଗ ସରିବା ପରେ ଠାକୁରଙ୍କୁ ସେବାୟତ ମାନେ ଅଣସରଘରକୁ ବିଜେ କରାଇଥିଲେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ତତ୍ୱବଧାନରେ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ଗବକୁଣ୍ଡ ସ୍ଥିତ ନୂଆନଇ କୂଳରେ ଗଡିଉଠିଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ  ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁରୂପ ଭାବରେ ରାଇଚକ୍ରଧରପୁର ଶାସନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଓ ସାରଙ୍ଗଯୋଡି ମେଳଣ ପଡିଆରେ ଥିବା ପତିତପାବନ, କାଞ୍ଜିଆ ସ୍ଥିତ ବାଲିବାଟି ମଠ, ଶୁକଳ ଦୁତୀୟାଦେବ ପତିତପବନଙ୍କସେବାୟତ ମାନେ  ସଂକୀର୍ତ୍ତନ , ଦ୍ୱାର ଫିଟା, ଆଳତୀ, ଅବକାଶ ପରେ ମନ୍ତ୍ରିତସୁବାସିତ ଜଳରେ   ଠାକୁରଙ୍କୁ ସ୍ନାନ କରିବା ପରେ ନୂତନବସ୍ତ୍ର , ତୁଳସୀ, ଫଳ, ଚନ୍ଦନଲାଗି କରାଯିବା ପରେ ଚକାଛଡା ଖେଚୁଡି ଭୋଗ କରାଯିବା ପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାହାଣ ଦର୍ଶନ ପାଇଁ ଦ୍ୱାର ଖୋଲା ଯାଇଥିଲା । ସଂଧ୍ୟାରେ ନୀତିକାନ୍ତି ସରିବା ପରେ ଠାକୁରଙ୍କୁ ଅଣସରପିଣ୍ଡିକୁ ବିଜେ କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୬/୨୦୨୫---୭,୧୦ Sakhigopal News,11/6/2025

Blog Archive

Popular Posts