ଜାତୀୟ ପତାକାକୁ ଅସମ୍ମାନ ନକରିବା ପାଇଁ ଦାବିପତ୍ର
ଜଟଣୀ : ଭାରତର ସ୍ଵାଧିନତାର ୭୫ ବର୍ଷ ପୁର୍ତ୍ତୀର ଅମୃତ ମହୋତ୍ସବ ପାଳନ ଅବସରରେ ଦୁଇବର୍ଷ ତଳେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗାରେ ଦେଶବାସୀଙ୍କୁ ସାମିଲ୍ କରିଥିଲେ l ଏହି ଅଭିଯାନରେ ଦେଶବାସୀ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନିଜ ନିଜର ଘର, ଅଟ୍ଟାଳିକା, କାର୍ଯ୍ୟାଳୟ, ଅନୁଷ୍ଠାନ ଆଦି ଉପରେ ଜାତୀୟ ପତାକାକୁ ଉଡ଼ାଇ ପାରିବେ l ଉଦ୍ଦେଶ୍ଯ ଥିଲା ଦେଶବାସୀ ଆମ ଦେଶର ଜାତୀୟ ପତାକାକୁ ନେଇ ଗର୍ବିତ ଅନୁଭବ କରିବେ l ଘୋଷଣା ମୁତାବକ କିଛି ଜନସାଧାରଣ ନିଜର ଘର ଉପରେ ଉଡୁଥିବା ତ୍ରିରଙ୍ଗା ପତାକାକୁ ସମ୍ମାନର ସହିତ ଅବତରଣ କରି ରଖିଥିବାବେଳେ କିନ୍ତୁ ଦୀର୍ଘ ମାସ ପର୍ଯ୍ୟନ୍ତ ଅନେକ ଘର, ପାର୍କ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟର ଛାତ ଉପରେ ଆଉ କିଛି ସ୍ଥାନରେ ଚିରାଫଟା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା l ଭାରତର ସମ୍ବିଧାନ ନିୟମ ଅନୁସାରେ ରଙ୍ଗ ଛଡା, ଚିରାଫଟା ଜାତୀୟ ପତାକାକୁ ଉଡାଇ ହେବନାହିଁ, ଯଦି ଏପରି କେଉଁଠି ପରିଲକ୍ଷିତ ହୁଏ ତେବେ ସରକାରଙ୍କ କଡ଼ା ନିୟମ ଅନୁଯାୟୀ ସମ୍ପୃକ୍ତ ସଂସ୍ଥା କି ବ୍ୟକ୍ତି ବିଶେଷ ଦଣ୍ଡିତ କରିବାର ନିୟମ ଅଛି । ପ୍ରଶାସନ ଭାରତର ସର୍ବୋଚ୍ଚ ସମ୍ମାନର ପ୍ରତୀକ ପ୍ରତି ଅଣଦେଖା କରୁଥିବା ଏହି ପବିତ୍ର ଜାତୀୟ ପତାକାକୁ ଅସମ୍ମାନ କଲାଭଳି କାର୍ଯ୍ୟ ନୂହେଁ କି? I ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ଜାତୀୟ ପତାକା ପ୍ରତି ହେଉଥିବା ଅସମ୍ମାନକୁ ରୋକିବା ପାଇଁ ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ସଭାପତି ସନ୍ତୋଷ ହୋତା, ସମ୍ପାଦକ ଦେବପ୍ରସାଦ ଦାଶ, ଉପସଭାପତି ଦିଲୀପ କୁମାର ସିଂ ଓ ଅବଦୁଲ ସତ୍ତାର , ସଂଗଠନ ସମ୍ପାଦକ ସଞ୍ଜୟ ବରିଶଲ, ନିରୂପମା ସ୍ଵାଇଁ, ସ୍ମିତା ପଟ୍ଟନାୟକ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା ପ୍ରମୁଖ ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀତା ନାଥଙ୍କୁ ଉପରୋକ୍ତ ସମସ୍ୟା ଉପରେ ଆଲୋଚନା ପୂର୍ବକ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୮/୨୦୨୪---୭,୪୫ Sakhigopal News,13/8/2024