Breaking News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା


ବରଗଡ଼ ---- ଭେଡେନ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପପଙ୍ଗା କଲୋନୀ ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଶଙ୍କର୍ଷଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିବେକାନନ୍ଦ ପଣ୍ଡା , ସମ୍ମାନିତ ଅତିଥି ଭାବରେ ସମ୍ପାଦକ ମନୋରଞ୍ଜନ ମାଝୀ ଓ ସଭାପତି ପ୍ରମୋଦ କୁମାର ମେହେର ଯୋଗ ଦେଇଥିଲେ । ବିଚାରକ ଭାବରେ ତେନ୍ତୁଲିଟିକ୍ରା ଶିଶୁ ମନ୍ଦିର ର ବିଜ୍ଞାନ ଆଚାର୍ଯ୍ୟ ଟିକେଶ୍ୱର୍ ସାହୁ, ଥୁଆପାଲି ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁବ୍ରତ ଶତପଥୀ, ବଡିପିପିଲିପାଲି ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଜ୍ୟୋତି ରଞ୍ଜନ ପଧାନ, ବାଞ୍ଜିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓମକାର ସେଟ୍, ଚିଚିଣ୍ଡ। ହାଇସ୍କୁଲ୍ ର ଶିକ୍ଷୟିତ୍ରୀ କୁମୁଦିନୀ ଦୀପ ଓ କମଳା ଡୁଙ୍ଗଡୁଙ୍ଗ ଯୋଗଦାନ କରିଥିଲେ। ବିଜ୍ଞାନ ପ୍ରମୁଖ ପ୍ରକାଶ ଚନ୍ଦ୍ର ଦଳେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ଭାଇଭଉଣୀ ଙ୍କୁ ଉତ୍ସାହିତ କରିଥିଲେ। ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭୦ ଟି ପ୍ରକଳ୍ପ ଆସିଥିଲା। ବନ୍ଦନା ଓ ପରିଚାଳନାରେ ଐଶ୍ଵର୍ଯ୍ୟ। ଓ ଜୟନ୍ତୀ ଗୁରୁମା ଦାୟିତ୍ଵ ନିର୍ବାହ କରିଥିଲେ। ବାଟିକା ପ୍ରମୁଖ ସସ୍ମିତା ଗୁରୁମା ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପାଦନ ହୋଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୮/୨୦୨୪----୯,୩୦ Sakhigopal News,4/8/2024

Blog Archive

Popular Posts